
ନୀଳଗିରି -୮/୫(ସିଧାସମ୍ବାଦ);
ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକାଧିକ ପ୍ରୋଜେକ୍ଟର କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟାଳୟର ବାଉଣ୍ଡାରି ୱାଲ କାର୍ଯ୍ୟ ଚାଲିଛି । ୪ଲକ୍ଷ ବ୍ୟୟବରାଦରେ ନିର୍ମିତ ଏହି ବାଉଣ୍ଡାରୀ ୱାଲ ନିର୍ମାଣକାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଉଣ୍ଡାରି ୱାଲ ନିର୍ମାଣରେ ଠିକାଦାର ଜଣକ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଯନ୍ତ୍ରୀଙ୍କ ଉପସ୍ଥିତି ନଥିବା ମଧ୍ୟ ଅଭିଯୋଗ ହୋଇଛି।ୱାଲ୍ ନିର୍ମାଣରେ ବ୍ୟବହୃତ ହୋଇଥିବା କଲମର ରଡ ଏଷ୍ଟିମେଟ ଅନୁଯାୟୀ ଲଗାଯାଇନଥିବା ବେଳେ ୬ଏମଏମ ରଡ଼ରେ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ କଲମର ବ୍ୟବଧାନ ମଧ୍ୟ ଅଧିକ ରହିଥିବା ଦେଖିବାକୁ ମିଳିଛି । ସର୍ବୋପରି ଏହି ନିର୍ମାଣରେ ବ୍ୟବହୃତ ରଡ଼, ସିମେଣ୍ଟ, ବାଲି, ଚିପ୍ସ ଆଦି ମେଟେରିଆଲ ନିମ୍ନମାନର ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ନିର୍ମାଣ ସମୟରେ କେବେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ଉପସ୍ଥିତି ଦେଖା ଯାଇନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ଏଭଳି ଘୋଟାଲାରେ ଯନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଉଠିଛି। ତେଣୁ ବାଲେଶ୍ୱର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।




