ପେହେଲଗାମରେ ଆତଙ୍କବାଦୀ ହୁଏତ ଧର୍ମ ପଚାରି ହତ୍ୟା କରିଥାଇପାରନ୍ତି, କିନ୍ତୁ ଅପରେସନ ସିନ୍ଦୂରକୁ ସଫଳ କରିବା ପାଇଁ ଏମାନେ ଦେଖି ନଥିଲେ ଆତଙ୍କବାଦୀଙ୍କ ଧର୍ମ। ଯେଉଁମାନେ ମୁସଲମାନ ବୋଲି ହତ୍ୟା ନ କରି କେବଳ ହିନ୍ଦୁଙ୍କୁ ହତ୍ୟା କରୁଥିଲେ ଆଜି ସେହି ମୁସଲମାନ ଦେଶପ୍ରେମୀ ରଚିଥିଲେ ଅପରେସନ ସିନ୍ଦୂରର ସଫଳ କାହାଣୀ। #OperationSindoor ର ସଫଳତା ପରେ ଏହି ଦୁଇ ମୁଖ୍ୟଙ୍କ ନାମ ଏବେ ଚର୍ଚ୍ଚାରେ। ଜଣେ ହେଲେ ସୋଫିଆ କ୍ୟୁରେସି ଓ ଅନ୍ୟ ଜଣଙ୍କ ନାମ ହିଲାଲ ଅହମ୍ମଦ। ଗତକାଲି ଯେତେବେଳେ ଭାରତ ପାକିସ୍ତାନରେ 9ଟି ଆତଙ୍କବାଦୀ ଶିବିର ଉପରେ ବାୟୁସେନା ଆକ୍ରମଣ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା, ସେତେବେଳେ ଏହି ଅଭୂତପୂର୍ବ ଅପରେସନ ପଛରେ ଦୃଢ଼ ରଣନୀତି ରଚିଥିବା ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ହିରୋ ଥିଲେ ଭାରତୀୟ ବାୟୁସେନାର ଏୟାର ଭାଇସ୍ ମାର୍ଶାଲ୍ #ହିଲାଲ୍_ଅହମ୍ମଦ। ଏହା ସହିତ ସେ ଭାରତକୁ ରାଫେଲ ଜେଟ୍ ଯୋଗାଇବାର ରଣନୀତି ପ୍ରସ୍ତୁତ କରିବା ସହ ଅସ୍ତ୍ରଶସ୍ତ୍ରୀକରଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ସୋଫିଆ କ୍ୟୁରେସି ହେଉଛନ୍ତି ଭାରତୀୟ ସେନାର ଆଉ ଏକ ଚର୍ଚ୍ଚିତ ନାମ ଯାହାଙ୍କ ନାମ ଶୁଣିଲେ ଏବେ ପାକିସ୍ତାନ ଛାତିରେ ଛନକା ପଶୁଛି। ଅପରେସନ ସିନ୍ଦୂରର ସଫଳତା ପଛରେ ଯଦି କାହାର ବଡ଼ ରଣନୀତି ରହିଛି ସେ ହେଉଛନ୍ତି ଶୋଫିଆ ଓ ବ୍ୟୋମିକା ସିଂହ। ଗୋଟିଏ କଥା ସବୁବେଳେ ପ୍ରମାଣିତ ହୋଇଆସିଛି। ଆଉ ତାହା ହେଉଛି ଆତଙ୍କବାଦୀ ହିଁ ଧର୍ମ ଦେଖନ୍ତି, କିନ୍ତୁ ଜଣେ ସଚ୍ଚା ଦେଶପ୍ରେମୀ କେବଳ ଦେଶ ଦେଖେ; ଧର୍ମ ନୁହେଁ। ଜୟ ହିନ୍ଦ୍, ଜୟ ଭାରତ।





