ମା’ମଙ୍ଗଳା ଠାକୁରାଣୀଙ୍କ ପୀଠରେ ନୂତନ ମନ୍ଦିର ଗୃହ ପ୍ରବେଶ

👇समाचार सुनने के लिए यहां क्लिक करें

ବେଗୁନିଆ, ୦୮/୦୫ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡିଙ୍ଗର ମଝି ସାହି , ହୋମ ଯଜ୍ଞ ଏବଂ ନୂତନ ବିଗ୍ରହଙ୍କର ପ୍ରତିଷ୍ଠା କାର୍ଯକ୍ରମ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ସକାଳେ ହୋମଯଜ୍ଞ ଆରମ୍ଭ ହୋଇଥିଲା ଏଥିରେ ଭଗବାନ ବାରିକ ଓ ତାଙ୍କର ଧର୍ମପତ୍ନୀ ସୁକାନ୍ତି ବାରିକ ପୌରହିତ୍ୟ କରିଥିଲେ।ପରେ କଳସ ଶୋଭାଯାତ୍ରା କରାଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ଅପରାହ୍ନରେ ପୂର୍ଣ୍ଣାହୁତି କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହିଥିଲା।ଏଥିରେ ଚକ୍ରଧର ନାଗ, କେଶବ ଚନ୍ଦ୍ର ବେହେରା,ଦେବରାଜ ସାହୁ,ରବୀନ୍ଦ୍ର କୁମାର ସାହୁ, ନବକିଶୋର ଦଳେଇ, ସୀତାକାନ୍ତ ସାହୁ,ଶିବ ପ୍ରସାଦ ଦାସ , ନିରଞ୍ଜନ ବେହେରା, ମାନସ ରଞ୍ଜନ ବେହେରା,ସୁଦୀପ୍ତ ସାହୁ, ମହେଶ୍ୱର ସାହୁ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳିତ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें