ଓଡ଼ିଶା ରାଜ୍ୟ ପାନୀୟ ନିଗମ ଓ ଅବକାରୀ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ  ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ୍‌ ସିଷ୍ଟମ, ଅଟୋ ଇଣ୍ଡେଟିଂ ଅନୁମୋଦନ ସିଷ୍ଟମ, ଓଡ଼ିଶା ରାଜ୍ୟ ପାନୀୟ ନିଗମର ସରକାରୀ ଟ୍ରେଜେରୀ ସହିତ ସଂଯୋଗୀକରଣ ଉଦ୍‌ଘାଟିତ  ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧୨ କୋଟି ସହ ଆନ୍ତରୀଣ ଲାଭାଂଶ ୨୫ କୋଟି ଏବଂ ବାର୍ଷିକ ଲାଭାଂଶ ୧୪ କୋଟି ଟଙ୍କା ପ୍ରଦାନ

👇समाचार सुनने के लिए यहां क्लिक करें

ଅବକାରୀ, ପୂର୍ତ୍ତ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ପାନୀୟ ନିଗମର କାର୍ଯ୍ୟାଳୟରେ ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ୍‌ ସିଷ୍ଟମ, ଅଟୋ ଇଣ୍ଡେଟିଂ ଅନୁମୋଦନ ସିଷ୍ଟମ, ଓଡ଼ିଶା ରାଜ୍ୟ ପାନୀୟ ନିଗମର ସରକାରୀ ଟ୍ରେଜେରୀ ସହିତ ସଂଯୋଗୀକରଣର ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ଓଡ଼ିଶା ରାଜ୍ୟ ପାନୀୟ ନିଗମର ଚାରିଗୋଟି ପଣ୍ୟାଗାର ସିଧାସଳଖ କାର୍ଯ୍ୟଧାରା ମୁଖ୍ୟ କାର୍ଯ୍ୟାଳୟରେ ଦେଖିପାରିବେ ଏବଂ ନିଗମର କାର୍ଯ୍ୟ ସରଳ ଓ ସୁଗମ ହୋଇପାରିବ । ଏହି ଅବସରରେ ଚଳିତ ବର୍ଷ ଆସିବାକୁ ଥିବା ନୂଆ ତଥା ପରିବର୍ତ୍ତିତ ଅବକାରୀ ନୀତି ସହ ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଜାଗରୂକତା ଆଣିବା ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଓ ଅବକାରୀ ବିଭାଗ ମଧ୍ୟରେ ବାର୍ଷିକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଶା ରାଜ୍ୟ ପାନୀୟ ନିଗମ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା କାର୍ଯ୍ୟକ୍ରମ ଏବଂ ଅବକାରୀ ରାଜସ୍ୱ ଆଦାୟର ଲକ୍ଷ୍ୟ ନେଇ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି ଅବସରରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧୨ କୋଟି ସହ ଆନ୍ତରୀଣ ଲାଭାଂଶ ୨୫ କୋଟି ଏବଂ ବାର୍ଷିକ ଲାଭାଂଶ ୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି ଅବସରରେ ଅବକାରୀ ବିଭାଗ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର, ମହାପ୍ରବନ୍ଧକ (ପ୍ରଶାସନିକ) ଶ୍ରୀ ସଞ୍ଜୟ କୁମାର ରାଉତ, ମୁଖ୍ୟ ପରିଚାଳନା (ଅପରେସନ୍‌) ଶ୍ରୀ ମାନସ ରଞ୍ଜନ ସ୍ୱାଇଁଙ୍କ ସମେତ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें