ଆସୁନାହାନ୍ତି ଅଧିକାରୀ | ପଶୁ ଚିକିତ୍ସାଳୟରେ ଝୁଲିଛି ତାଲା | ବିନା କାର୍ଯ୍ଯରେ ପାଉଛନ୍ତି ମାସିକ ବେତନ |

👇समाचार सुनने के लिए यहां क्लिक करें

ନୀଳଗିରି,୧୦/୫(ସିଧାସମ୍ବାଦ);
ପଶୁ ମାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ବ୍ଲକର ବିଭିନ୍ନ ସ୍ଥାନରେ ପଶୁ ଚିକିତ୍ସାଳୟ ମାନ ଖୋଲା ଯାଇଛି | ଯାହା ଦ୍ବାରା ମାଗଣାରେ ପଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ପ୍ରଦାନ କରାଯାଇଥାଏ।୧୯୫୪ ମସିହାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନୀଳଗିରିରେ ଏକ ଉଫଖଣ୍ଡ ସ୍ତରୀୟ ପଶୁ ଚିକିତ୍ସାଳୟ ଖୋଲା ଯାଇଥିଲା।ପରବର୍ତ୍ତୀ ସମୟରେ ଅଯୋଧ୍ୟା,ବରହମପୁର ଓ ଔପଦାରେ ତିନୋଟି ଡାକ୍ତରଖାନା ପ୍ରସ୍ତୁତ ହେବା ସହିତ ୧୬ ଗୋଟି ଏଲଆଇ କେନ୍ଦ୍ର ପ୍ରସ୍ତୁତ ହୋଇଥିଲା।ସେହିପରି ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ଏକ ଏଲଆଇ କେନ୍ଦ୍ର ଖୋଲାଯାଇଥିଲା।ଯେଉଁ ଥିରେ ଜଣେ ଭିଏସ ମଧ୍ୟ ନିଯୁକ୍ତ ହୋଇଛନ୍ତି।ଉକ୍ତ କେନ୍ଦ୍ର ଉପରେ ୨ ଟି ପଞ୍ଚାୟତର ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ପଶୁ ଚିକିତ୍ସା ପାଇଁ ନିର୍ଭର କରିଥିବା ବେଳେ ଡାକ୍ତର ଚିକିତ୍ସା ପାଇଁ ଆସୁନଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି।ଫଳରେ ବାଧ୍ୟ ହୋଇ ଉକ୍ତ ଗ୍ରାମବାସୀ ମାନେ ପଶୁ ଚିକିତ୍ସା ନିମନ୍ତେ ଗାଡି ଭଡା କରି ନୀଳଗିରି ଉପଖଣ୍ଡ ପଶୁ ଚିକିତ୍ସାଳୟକୁ ଯାଉଛନ୍ତି।ଉକ୍ତ ଚିକିତ୍ସାଳୟ ଦାୟିତ୍ବରେ ଥିବା ନରେନ୍ଦ୍ର କୁମାର ଗିରି ଚିକିତ୍ସାଳୟକୁ ଆସୁନଥିବା ବେଳେ ଘରେ ରହି ଦରମା ପାଉଛନ୍ତି ଲୋକେ ଅଭିଯୋଗ କରିଛନ୍ତି।ଉକ୍ତ କେନ୍ଦ୍ରଟି ଖୋଲା ହେଉନଥିବା କାରଣରୁ କେନ୍ଦ୍ରରେ ଲତା ମାଡିବା ସହ ଘାସ ବଣ ହୋଇଗଲାଣି।ଉକ୍ତ କେନ୍ଦ୍ରଟି କାର୍ଯ୍ଯରେ ଆସୁନଥିବାରୁ ସରକାରଙ୍କ ଲକ୍ଷାଧିକ ଟଙ୍କାରେ ପାଣିରେ ପଡିଥିବା ନେଇ ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି।ହେଲେ ସବୁଠାରୁ ବଡ ପ୍ରଶ୍ନ ଯେ ଅଧିକାରୀ ଜଣକ କାର୍ଯ୍ଯକୁ ଆସୁନଥିବା ବେଳେ କିପରି ଘରେ ରହି ଦରମା ପାଉଛନ୍ତି?କେଉଁ ଉପରିସ୍ଥ ଅଧିକାରୀଙ୍କ ବଳରେ ବଳିଆନ ହୋଇଛନ୍ତି ଅଧିକାରୀ ଜଣଙ୍କ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।ଏ ନେଇ ନୀଳଗିରି ଏସଡିଭିଓ ଜଗଦୀଶ କିଙ୍କର ଚାନ୍ଦଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ନାହାନ୍ତି କି କେହି ଅଭିଯୋଗ କରିନାହାନ୍ତି ଯଦି ଅଧିକାରୀ ଜଣକ କାର୍ଯ୍ଯରେ ଖିଲାପୀ କରୁଥିବେ ନିଶ୍ଚିତ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें