ପ୍ରଶାସନର ଚରମ ଅବହେଳା ପାଇଁ ବ୍ଲୁଲେକ ରେ ଆହୁରି ଅନେକ ଜୀବନ ଯିବ ! | ଡେଥ୍ ଜୋନ ବ୍ଲୁଲେକ ରେ ପଡ଼ି ପୁଣି ଯୁବକର ମୃତ୍ୟୁ |

👇समाचार सुनने के लिए यहां क्लिक करें

ନୀଳଗିରି, ୧୧/୫,(ସିଧାସମ୍ବାଦ); ବାଲେଶ୍ୱର ଜିଲ୍ଲା ନିଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ ପୂର୍ବରୁ ବଡ଼ ବଡ଼ ପଥର ଖାଦାନ ଖନନ ପରେ ଛୋଟ ଛୋଟ ହ୍ରଦ ପାଲଟି ଯାଇଛି। ସ୍ଥାନୀୟ ପ୍ରଶାସନ ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇନ ଥିବାରୁ ପ୍ରତିବର୍ଷ ଏହି ବ୍ଲୁ ଲେକରେ ଅନେକ ଜୀବନ ଯାଉଛି। ଏପରିକି ହତ୍ୟା କରି ଫିଲ୍ମ ଷ୍ଟାଇଲରେ ମୃତକର ଜୋତା , ସହ କିଛି ପ୍ରମାଣ ଯୋଗ୍ୟ ଦସ୍ତାବିଜ୍ ଆଡ଼ିରେ ରଖି ମର ଶରୀରକୁ ଗଭୀର ଖାଦାନ ଭିତରକୁ ଫିଙ୍ଗି ଦେଇଥିବାର ନଜରକୁ ଆସିଛି। ସେଥିପାଇଁ ଏହି ମିନି ସମୁଦ୍ରକୁ ଡେଥ୍ ଜୋନ ଭାବେ ଅଞ୍ଚଳବାସୀ ନାମ କରଣ କରିଛନ୍ତି। ବ୍ଲୁଲେକ ଡେଥ୍ ଜୋନ ପାଲଟିବା ପରେ ଏବେ ଆରମ୍ଭ ହୋଇଛି କେ,ପି ମାହାଲ ଡେଥ୍ ଜୋନ। ରବିବାର ଦିନ ପ୍ରାୟ ୩ଟା ସମୟରେ ସ୍ଥାନୀୟ ଏକ ଯୁବକର ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଆଡ଼ିରୁ ଅଳ୍ପ ଦୂରରେ ଥିବା ମର ଶରୀରକୁ ଉଦ୍ଧାର କରି ଆଡ଼ି ଉପରକୁ ଆଣିବା ପରେ କେପି ମାହାଲ ଗ୍ରାମର କାହ୍ନୁ ସିଂ ର ପୁଅ ସୁନିଲ ସିଂ (୩୪) ବୋଲି ଜଣା ପଡିଛି। ହସ୍ତଗତ ସୂଚନା ଅନୁସାରେ ସୁନିଲ ଆଜି ଉପର ବେଳା ପ୍ରାୟ ୧.୩୦ଟା ସମୟରେ ସାବୁନ ଧରି ଉକ୍ତ ଖାଦାନକୁ ଗାଧୋଇବା ପାଇଁ ଆସିଥିଲା। ମାତ୍ର କୂଳ ଠାରୁ ମାତ୍ର ୫ରୁ ୬ଫୁଟ୍ ଦୂରରେ ସୁନୀଲ ଗାଧୋଉ ଥିଲା। ପାଣି ପରିଷ୍କାର ରହିଥିବା ବେଳେ ଜୀବନ ହାରିବା ସମ୍ଭବପର ନୁହେଁ ବୋଲି ସଂପୂର୍ଣ୍ଣ ରୂପେ ବାରି ହେଉଛି। ଯଦି ପାଣିରେ ବୁଡି ମରିଥାନ୍ତା, କେଇ ମିନିଟ୍ ମଧରେ ମୃତ ଦେହ ଭାସିଵି ସାଧାରଣ ଲୋକ ଗ୍ରହଣ କରିପାରୁ ନାହାନ୍ତି। ଖବର ପାଇ ନୀଳଗିରି ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ, ଏ.ଏସ .ଆଇ ଅନନ୍ତ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଳଗିରି ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ସୂଚନା ଥାଉକି ମୃତକ ସୁନିଲର ଦୁଇଟି ସ୍ତ୍ରୀ ରହିଥିବା ବେଳେ ଦୁଇଟି ପୁଅ ଏବଂ ଦୁଇଟି ଝିଅ ଅଛନ୍ତି। ତନ୍ମଧ୍ୟରୁ ଦୁଇ ମାସର ଶିଶୁ କନ୍ୟା ଥିବାର ଜଣାପଡିଛି। ପୋଲିସ ପକ୍ଷରୁ ୧୪/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें