ଅଯୋଧ୍ୟା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ |

👇समाचार सुनने के लिए यहां क्लिक करें

ନୀଳଗିରି, ୧୧/୫(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ ଅଯୋଧ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ସମ୍ମାନ ସମାରୋହ ୨୦୨୫ ଅନୁଷ୍ଠିତ ହୋଇଯାଇଛି | ଓଡିଶା ସରକାରଙ୍କର ଇଡ଼କୋ ମହାପ୍ରବ ନ୍ଧକ ସରୋଜ କୁମାର ସେଠୀ (ଭାପ୍ରସେ)ଙ୍କ ଆବାହକତ୍ୱ ରେ ୧୯୮୨ମସିହା ବେଚ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ | ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ବେଳେ ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇଜଣ ଛାତ୍ର ଜୟପ୍ରକାଶ ବେହେରା ଓ ଶାନ୍ତନୁ ବେହେରା, ମାରିଚି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥ ସାଧନ ବେହେରା, ଉକ୍ତ ବିଦ୍ୟାଳୟର ସର୍ବୋଚ ନମ୍ବର ରଖିଥିବା ଦୁଇ ଛାତ୍ରୀ, ଭାଗ୍ୟଜ୍ୟୋତି ବାରିକ ଓ ବିଶ୍ଵବିଜୟିନୀ ଦାସ ମଧ୍ୟ ଯୋଗ ଦେଇଥିଲେ | ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ
ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଗଗନ ବିହାରୀ ଦାସ, ପୁରାତନ ଛାତ୍ର ସାଂସଦ ସଭାପତି ବାମନ ଚନ୍ଦ୍ର ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ ପରିଡ଼ା, ଅଯୋଧ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ପଢିଆରୀ ଯୋଗ ଦେଇଥିଲେ |ନିମନ୍ତ୍ରିତ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କଠିନ ଅଧ୍ୟବସାୟ ଦ୍ୱାରା ଜୀବନର ସଫଳତା ମିଳିଥାଏ ବୋଲି ଉପସ୍ଥାପନା କରିଥିଲେ | ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଏବଂ ପ୍ରତିଭା ପ୍ରଶଂସା ପାତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ୧୯୮୨ ମସିହା ବେଚ ପୁରାତନ ଛାତ୍ର ଜୟନ୍ତ କୁମାର ଚୌଧୁରୀ ସଭାପରିଚାଳନା କରିଥିବା ବେଳେ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें