ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ପାଳିତ

👇समाचार सुनने के लिए यहां क्लिक करें

ନୀଳଗିରି,୧୨/୫(ସିଧାସମ୍ବାଦ):
ନୀଳଗିରି ବ୍ଲକ ତେଲିପାଳ ଯିଆଡ ଯୁଆନ ସ୍ପୋର୍ଟିଂ କ୍ଲବ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ ତମ ଜନ୍ମଜୟନ୍ତୀ ବେଶ ଧୂମଧାମ ସହିତ ପାଳନ କରାଯାଇଛି।ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଓ ପୂର୍ବତ୍ତନ ଏସଡିସି ଅଧ୍ୟକ୍ଷ ମଦନ ମୋହନ ମାଝୀ ଏହି ଜନ୍ମ ଜୟନ୍ତୀ କାର୍ଯ୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରଥମେ ଗ୍ରାମ ମହାଦେବ ପୋଖରୀରୁ ପାଣି ଉତ୍ତୋଳନ କରାଯାଇ ପଣ୍ଡିତ ମୁର୍ମୁଙ୍କ ପ୍ରତିମୂର୍ତ୍ତୀକୁ ତେଲ,ହଳଦୀ ଓ ବିଭିନ୍ନ ସୁବାସିତ ପଦାର୍ଥରେ ଗାଧୋଇ ଦେବା ସହ ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ଆଦିବାସୀ ଜନଜାତିଙ୍କ ଇଶ୍ବର ତଥା ଅଲଚିକି ଭାଷାର ଶ୍ରଷ୍ଟା ପଣ୍ଡିତ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା।ଆଦିବାସୀ ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଅତିଥିମାନଙ୍କୁ ସ୍ବାଗତ କରାଯିବା ସହିତ ଆଦିବାସୀ ସମ୍ପ୍ରଦାୟର ସମସ୍ତ ଲୋକମାନେ ଝୁମିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ପୂର୍ବତ୍ତନ ବିଧାୟକ ସୁକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ମୁର୍ମୁଙ୍କ ଜୀବନି ବାବଦରେ ଲୋକଙ୍କୁ ଅବଗତ କରିଥିଲେ। ଏହି ଶିବିରରେ ଉପେନ୍ଦ୍ର ଦାସ,
ବରିଷ୍ଠସମାଜସେବୀ ଗଙ୍ଗାଧର ମିଶ୍ର,ସୁନାରାମ ସୋରେନ ,ଫକୀର ମୁର୍ମୁ,ଅଶୋକୀସିନୀ ନାୟକ, ପୂର୍ବତ୍ତନ ସରପଞ୍ଚ ସେରାଲ ବାସ୍କେ ,ଛତ୍ରପୁର ସରପଞ୍ଚ ମାଳତୀ ମାର୍ଣ୍ଡି, ଯୋଗେନ୍ଦ୍ର ମାଝୀ,ରଘୁନାଥ ମାଝୀ,ଲମ୍ବୋଦର ମାଝୀ,ହରେକୃଷ୍ଣ ହେମ୍ବ୍ରମ,କାରୁ ହେମ୍ବ୍ରମ,ଦୁଲ୍ଲା ମାର୍ଣ୍ଡି,ଶ୍ୟାମସୁନ୍ଦର ଟୁଡୁ,ଜଗନ୍ନାଥ ବାସ୍କେ,ସଭାପତି ଭାଗବତ ମାଝୀ,ସମ୍ପାଦକ ଚନ୍ଦନ କପମାର ମାଝୀ,ପାରୁ ମାଝୀ,ଦାସ ମାଝୀ,କାଳା ଚରଣ ମାଝୀ,ଲକ୍ଷଣା ମାଝୀ,ବସନ୍ତ ମାଝୀ,ବାଦଲ ମାଝୀ,ଚୈତନ୍ୟ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें