କାଳ ବୈଶାଖୀରେ ଘର ଭାଙ୍ଗି ଜଣେ ଗୁରୁତ୍ତର | ବଜ୍ରପାତରେ ଗୋପବନ୍ଧୁ ଛାତ୍ରାବାସ ନଡ଼ିଆ ଗଛରେ ଲାଗିଲା ନିଆଁ |

👇समाचार सुनने के लिए यहां क्लिक करें

ନୀଳଗିରି, ୧୨/୫(ସିଧାସମ୍ବାଦ); ଆଜି ଅପରାହ୍ନ ୫,୩୦ ମିନିଟ ସମୟରେ କାଳ ବୈଶାଖୀ ହୋଇଥିବା ବେଳେ ନୀଳଗିରି ରେ ପ୍ରଭାବ ଦେଖିବାକୁ ମିଳିଛି | ପବନ ସହିତ ବଜ୍ରପାତ ହୋଇଥିଲା | ତେବେ ନୀଳଗିରି ବ୍ଳକ ଛତ୍ରପୁର ପଞ୍ଚାୟତ କାଦୁଆଣୀ ଗ୍ରାମର ରବି କିସ୍କୁ ଙ୍କ ଆସ୍ଥାୟୀ ଘରର କାନ୍ଥ ଭାଙ୍ଗିଯାଇ ଘରେ ଥିବା ତାଙ୍କ ସ୍ତ୍ରୀ ଉପରେ କାନ୍ଥ ପଡିଯାଇ ଗୁରୁତର ହୋଇଥିଲେ |ପରିବାର ଲୋକେ ଏବଂ ପଡୋଶୀ ତାଙ୍କୁ ଉଦ୍ଧାର କରି ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଉଛନ୍ତି | ଖବର ପାଇ ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଥିଲେ | ନୀଳଗିରି ଏନଏସି ସାମ୍ନା ବହୁ ପୁରାତନ ଗୋପବନ୍ଧୁ ଛାତ୍ରା ବାସ ପଛ ପଟେ ଥିବା ଏକ ନଡ଼ିଆ ଗଛରେ ବଜ୍ରପାତ ହୋଇଥିଲା | ଏଥିରେ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିବା ବେଳେ ଛାତ୍ରା ବାସ ଛୁଟି ଥିବାରୁ ଛାତ୍ର ମାନେ ବିପଦ ମୂଖରୁ ବର୍ତ୍ତି ଯାଇଛନ୍ତି | ତେବେ ରାତ୍ରି ରେ ଖବର ଲେଖା ହେବା ବେଳକୁ ବର୍ଷା ହେଉଥିବା ବେଳେ ଘଡଘଡି ହେଉଥିବାର ଦେଖା ଯାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें