ସୁବର୍ଣ୍ଣଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ।

👇समाचार सुनने के लिए यहां क्लिक करें

ନୀଳଗିରି -୧୩/୫(ସିଧାସମ୍ବାଦ);
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଛତ୍ରପୁର ଉଚ୍ଚବିଦ୍ୟାଳୟରେ ସୁବର୍ଣ୍ଣଜୟନ୍ତୀ ପାଳନ ପାଇଁ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ପ୍ରଥମ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଥମବର୍ଷର ଛାତ୍ର ଅମରେନ୍ଦ୍ର ନାୟକଙ୍କ ଆବାହକତ୍ୱ ଏବଂ ସଭାପତିତ୍ବରେ ଏହି ସଭାର ଆୟୋଜନ ହୋଇଥିବା ବେଳେ ବିଦ୍ୟାଳୟର ପ୍ରାକ୍ତନଶିକ୍ଷକ ଅଜୟ କୁମାର ପରିଡା ଏବଂ କୈଳାସ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ।ପୁରାତନ ଛାତ୍ର ସୁରେଶ ଚନ୍ଦ୍ର ଶଙ୍ଖୁଆ, ନିଶିକାନ୍ତ ମହାପାତ୍ର, ରବୀନ୍ଦ୍ର ପଣ୍ଡା, ମାନବେନ୍ଦ୍ର ନାୟକ, ତୁଷାରକାନ୍ତ ଭୂୟାଁ, ହେମେନ୍ଦ୍ର ପଣ୍ଡା, ଜୟନ୍ତ ଦାସ, ଜ୍ୟୋତିବିକାଶ ପାତ୍ର, ଜଗନ୍ନାଥ ଵାସ୍କେ, ଜଗବନ୍ଧୁ ବେସ୍ରା,ଶ୍ୟାମସୁନ୍ଦର ଟୁଡୁ, ରଘୁନାଥ ବେହେରା, ଜ୍ୟୋତିରଂଜନ ଦାସ, ପୁଷ୍କଜ୍ୟୋତି ମହାନ୍ତି ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଭୋଳାନାଥ ସିଂ, ଦୀପକ ମିଶ୍ର , ରଶ୍ମିତା ଦାସ, ଭଗବାନ ବାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକ ପ୍ରାରମ୍ଭରେ ଆଗାମୀ ୨୦୨୬ମସିହାରେ ସୁବର୍ଣ୍ଣଜୟନ୍ତୀ ପାଳନ ପାଇଁ ରାଜନୀତି ଠାରୁ ଉର୍ଦ୍ଧରେ ରହି ଏକତାବଦ୍ଧ ଭାବରେ ଏହି ସମାରୋହକୁ ମହାଆଡ଼ମ୍ବରରେ ପାଳନ କରିବାପାଇଁ ଉପସ୍ଥିତ ସମସ୍ତ ଛାତ୍ର ସମ୍ମତି ପ୍ରକାଶ କରିଥିଲେ। ତେବେ ଆଗାମୀ ଜୁନ ୨୯ତାରିଖରେ ଏହାର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବବୋଲି ସ୍ଥିର ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें