ନୀଳଗିରି -୧୩/୫(ସିଧାସମ୍ବାଦ);
ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରି ଜେଲହାଜତକୁ ପଠାଇ ଦେଇଥିବା ବେଳେ ହାଜତରେ ଅଭିଯୁକ୍ତ ଗୁରୁତର ହୋଇପଡିବାରୁ ଜେଲକତୃପକ୍ଷ ତାଙ୍କୁ ନୀଳଗିରି ହସ୍ପିଟାଲ୍ ଆଣି ଚିକିତ୍ସା କରୁଥିବା ଜଣାଯାଇଛି।ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ଭୁଲାପଡ଼ିଆ ଗ୍ରାମର ରବିନ୍ଦ୍ର ସିଂ ଓରଫ ଟୁନା (୩୬) ଉକ୍ତ ଗ୍ରାମର ସ୍ୱର୍ଗତ ଦୁଃଖୀରାମ ସିଂ ଝିଅ କାବେରୀ(ଛଦ୍ମନାମ) ଖନ୍ତାପଡା ଅଞ୍ଚଳର ଜୈନିକ ଯୁବକଙ୍କୁ ଭଲପାଇ ଵିଵାହ କରିଥିଲେ ହେଁ ସ୍ବାମୀଙ୍କର ନିଯ୍ୟାତନାରେ ଶିକାର ହୋଇ ଝିଅଟି ବାକଶକ୍ତି ହରାଇବା ସହ ପାଗଳାମିର ଶିକାର ହୋଇପଡ଼ିଥିଲେ। ଫଳରେ ଝିଅର ମା ଝିଅକୁ ଆଣି ନିଜ ପାଖରେ ରଖିଥିଲେ। ଏହାର ସୁଯୋଗ ନେଇ ଯୁବକ ରବୀନ୍ଦ୍ର ପୂର୍ବରୁ ଦୁଇ ତିନିଥର ଦୁଷ୍କର୍ମ କରି ଧାରା ପଡ଼ିଥିବା ବେଳେ ଗ୍ରାମରେ ଆପୋଷ ସମାଧାନ କରାଯାଇଥିଲା। ଗତ ରବିବାର ୯ରୁ ୧୦ଘଟିକା ମଧ୍ୟରେ ସଂପୃକ୍ତ ଯୁବକ ଜଣକ ପୁଣି ସୁଯୋଗ ଉଣ୍ଡି ଦୁଷ୍କର୍ମ କରିବାପାଇଁ ଉଦ୍ୟମ କରିଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଯାଇଥିଲା। ଏନେଇ ଦୁଷ୍କର୍ମ ଅଭିଯୁକ୍ତକୁ ବହେ ଉତ୍ତମମଧ୍ୟମ ଦେଇ ବରହମପୁର ପୋଲିସରେ ଜିମା ଦେଇଥିଲେ। ପୋଲିସ ଘଟଣାକୁ ଗୁରୁତ୍ଵଦେଇ ଅଭିଯୁକ୍ତ ଯୁବକ ଜଣକୁ ଗିରଫକରି ଜେଲ ହାଜତକୁ ପଠାଇ ଦେଇଥିଲେ। ମାତ୍ର ଜେଲ ଭିତରେ ଅଭିଯୁକ୍ତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଜେଲ କତୃପକ୍ଷ ନୀଳଗିରି ହସ୍ପିଟାଲ୍ ଆଣି ଚିକିତ୍ସା କରୁଥିବା ସୂଚନା ମିଳିଛି।




