ରାଇଘର :-୧୮/୦୫(ସିଧା ସମ୍ବାଦ)ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂତନ କର୍ମକର୍ତା ଚୟନ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଇଘର ଅଲେଖ ମହିମା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ର ଆୟୋଜନ କରି ଜୋନ ୪ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଛି। ଏହି ବୈଠକ ରେ ଜନସାଧାରଣଙ୍କ ସହ ଯୋଡି ହୋଇ ଲୋକଙ୍କ ସମସ୍ୟା ବୁଝିବା ସହ କିଭଳି ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ଏବଂ ଆଗାମୀ ନିର୍ବାଚନ ରେ ପୁନର୍ବାର ରାଇଘର ବ୍ଲକ ର ୨୬ ଗୋଟି ପଂଚାୟତ ରେ ଭାରତୀୟ ଜନତା ପାର୍ଟି ବିଜୟୀ ଲାଭ କରି ପାରିବ ସେ ବିଷୟରେ ଆଲୋଚନା କରାଯାଇଛି,
ଜନସାଧାରଣ ଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରୁ ଭୋଟରଙ୍କୁ ହାତେଇବା ସହ ଭାରତୀୟ ଜନତା ପାର୍ଟି ର ଦଳୀୟ ସଂଗଠନକୁ ମଜବୁତ୍ କରିବା ଆଗାମୀ ନିର୍ବାଚନରେ ବିପୁଳ ବିଜୟକୁ ଦୃଷ୍ଟିରେ ରଖି ଜୋନ ୪ ର ମଣ୍ଡଳ ସଭାପତି ଭାବେ ଜଗନ୍ନାଥ ନାୟକ ଙ୍କୁ ବଛା ଯାଇଥିବା ବେଳେ ଉପ ସଭାପତି ବିଷ୍ଣୁ ନାଗେଶ,ମଧୁମାଳା ଦତ୍ତ,ଜେନେରାଲ ସେକ୍ରେଟାରୀ-ବାସନ୍ତୀ ଗଣ୍ଡ,ବିପୁଳ ମଣ୍ଡଳ ସେକ୍ରେଟାରୀ-୧ ନୀଳମଣି ଗଣ୍ଡ, ସେକ୍ରେଟାରୀ-୨ ରାମଦାସ ଗଣ୍ଡ,ସେକ୍ରେଟାରୀ-୩ ବାଳିରାମ ମାଝୀ ସେକ୍ରେଟାରୀ-୪ ଲକ୍ଷ୍ମଣ ଗଣ୍ଡ,ଯୁବମୋର୍ଚା ସଭାପତି ମଦନ ରାଜଗଣ୍ଡ,ମହିଳା ମୋର୍ଚା ବିନ ଗଣ୍ଡ,କୃଷକ ମୋର୍ଚା କାନହୁଁ ରାମ ଗଣ୍ଡ,ଏସ ଟି ମୋର୍ଚା ବିଜୟ ଝାଙ୍କର,ଏସ ସି ମୋର୍ଚା ବାଜିରାମ ଗିରିରାଜ,ଓ ବି ସି ମୋର୍ଚା ଲମ୍ବୁଧର ଦାସ,ଉପଦେଷ୍ଟା-୧ ମାୟାରାମ ଗଣ୍ଡ, ଉପଦେଷ୍ଟା-୩ ପ୍ରତାପ ମାଝୀ,ପଞ୍ଚାୟତ ପ୍ରମୁଖ ଭାବେ ଟିମନପୁର ତପନ ଗଣ୍ଡ,ଗୋନା ଖେଦୁରାମ ଗଣ୍ଡ,ପାରୁଆ ବଜରଙ୍ଗ ଗଣ୍ଡ,କୁମୁଲି ସୁବରନ ଗଣ୍ଡ,କୁରାବେଡା ନକୁଳ ନାୟକ,ହଳଦୀ ବଳଦେବ ଗଣ୍ଡ,ମୁଣ୍ଡିବେଡା ହିରନ ଝାଙ୍କର ମନୋନୀତ ହୋଇଛନ୍ତି। ପରେ ସନ୍ତୋଷ କୁମାର ମହାପାତ୍ର, ବସନ୍ତ ଡ଼ଙ୍ଗରି,ସୁଦର୍ଶନ ମାଝୀ,ଶ୍ୟାମଲାଲ କଲାର, ଶିବନାଥ ବାନାର୍ଜୀ, ବିଶ୍ୱନାଥ ସିଲ,ତିରୁପତି ପାତ୍ର ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ସମସ୍ତ କର୍ମକର୍ତା ମାନଙ୍କୁ ଭାରତୀୟ ଜନତା ପାର୍ଟି ରାଇଘର ପକ୍ଷରୁ ଧନ୍ୟବାଦ ଜଣେଇଵା ସହ ସମସ୍ତ ନବନିର୍ବାଚିତ କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ।




