ରାଇଘର ବ୍ଲକ(ସିଧା ସମ୍ବାଦ)୧୮।୫:ରାଇଘର ବ୍ଲକ ଠାରେ ଜମ୍ମୁ ଓ କାଶ୍ମୀର ର ପହଲଗାମ ଠାରେ ସହୀଦ ହୋଇଥିବା ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ପରେସନ ସିନ୍ଦୁର ତ୍ରିରଙ୍ଗା ଶୋଭାଯାତ୍ରା ।ଗତ ଏପ୍ରିଲ ୨୨ ତାରିଖ ଦିନ ଜମ୍ମୁ ଓ କାଶ୍ମୀର ର ପହଲଗାମ ଠାରେ ୨୮ ଜଣ ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ଅତି ନିର୍ମମ ଭାବେ ପାକିସ୍ତାନୀ ଆତଙ୍କବାଦୀ ମାନେ ଗୁଳି କରି ହତ୍ୟା କରିଥିବା ଘଟଣା କୁ ନେଇ ଆଜି ରାଇଘର ଠାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରା କରାଯାଇଥିଲା। ଭାରତୀୟ ପର୍ଯ୍ୟଟକ ମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା କୁ ଦୃଢ଼ ନିନ୍ଦା କରିବା ସହ ଆତଙ୍କବାଦୀ ଙ୍କ ଗୁଳି ରେ ପ୍ରାଣ ହରାଇଥିବା ଅମର ଆତ୍ମା ର ସଦଗତି ଜଣାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶର ସୁରକ୍ଷା ରେ ନିୟୋଜିତ ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ରେ ମାନ୍ୟବର ଓଡିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ହୋଇ ସମସ୍ତ ଜନସାଧାରଣ, ସରକାରୀ ବେସରକାରୀ କର୍ମଚାରୀ, ଦେଶପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ।




