ନୀଳଗିରି -୧୮/୫(ସିଧାସମ୍ବାଦ);
ନୀଳଗିରି ଏବେ ନିଶା ବେପାରୀଙ୍କ ହବ ପାଲଟିଛି।ଯୁବସମାଜ ଏବେ ଜହର ଜାଲରେ।ଫଳରେ ଦିନକୁଦିନ ବୃଦ୍ଧି ପାଉଛି ନିଶା କାରବାର। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ମାଦକଦ୍ରବ୍ୟ ର ବହୁଳ ବ୍ୟବହାର। ରବିବାର ନୀଳଗିରି ଅବକାରୀ ବିଭାଗର ଅଚାନକ ଚଢ଼ାଉରେ ଜଣେ ବ୍ରାଉନସୁଗାର ବେପାରୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ସୂଚନା ଅନୁଯାୟୀ ନୀଳଗିରି ଥାନା ମିରିଗିଣୀ ଛୋଟକାନପୁର ଗ୍ରାମର ରତିକାନ୍ତ ବେହେରା (୫୦)ଙ୍କ ଠାରୁ ୮୦ଗ୍ରାମ ଓଜନର ବ୍ରାଉନ ସୁଗାର(ହିରୋଇନ୍) ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅବକାରୀ ଓଆଇସି ଜଗନ୍ନାଥ ବେହେରାଙ୍କ ନେତୃତ୍ୱରେ କନେଷ୍ଟବଳ ସନ୍ତୋଷ କୁମାର ବେହେରା, ତପନ କୁମାର ମଲ୍ଲିକ, ନାହାନ ମୁର୍ମୁ ଚଢାଉ କରି ଅଭିଯୁକ୍ତ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏନେଇ ୫୧/୨୫ରେ ମାମଲା ରୁଜୁ ହୋଇଥିବା ବିଭାଗ ସୂତ୍ରରୁ ପ୍ରକାଶ।




