ବାବା ସାହେବ ଭୀମରାଓ ଆମ୍ବେଦକର ଓ ଧର୍ତ୍ତିଆଵା ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ଓ ଧର୍ତ୍ତିଆବା ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ପାଳନ କରାଯାଇଛି।

👇समाचार सुनने के लिए यहां क्लिक करें


ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ଓ ଧର୍ତ୍ତିଆବା ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ପାଳନ କରାଯାଇଛି। କଲ୍ୟାଣସିଂହପୁର ପ୍ରବେଶ ଛକରେ ଧର୍ତ୍ତିଆଵା ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତିକୁ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘ ର ସମ୍ପାଦକ ଶିକ୍ଷକ ବିଶ୍ୱନାଥ କାଡ୍ରାକା ଙ୍କ କର କାମଳରେ ଉନ୍ମୋଚନ ଓ ନାଗାବଳି ନଦୀ ନିକଟ ଛକରେ ବହୁଜନ ସମାଜ ପାର୍ଟି ର ବରିଷ୍ଠ ନେତା ସରୋଜ କୁମାର ନାଏକ ମୁଖ୍ୟ ଅତିଥି ଓ ଦୁର୍ଗା ମନ୍ଦିର ନିକଟରେ ଜାଗାମ ବେନିଆ ମୁଖ୍ୟ ଅତିଥି ରହି ଦୁଇଟି ସ୍ଥାନରେ ଥିବା ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଶିକ୍ଷକ ଓ ଆମ୍ବେଦକର ପ୍ରେମୀ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଯୁବକ ମାନେ ଉପସ୍ଥିତ ରହିଥିଲେ । ବାଜା ବଜାଇ ନାଚି ନାଚି ଗ୍ରାମ ପରିକ୍ରମା କରି ଶେଷରେ ଦୁର୍ଗା ମନ୍ଦିର ନିକଟରେ ପହଞ୍ଚି ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁଜନ ସମାଜ ପାର୍ଟି ର ଜିତୁ ଜାକେଶିକା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଡମ ସମାଜର ସଭାପତି ଜାଗାମ ବେନିଆ, କନ୍ଧକୂଳ ସମାଜର ସମ୍ପାଦକ ବିଶ୍ୱନାଥ କାଡ୍ରାକା, ଆମ୍ବେଦକର ଯୁବ ମଞ୍ଚ ସଭାପତି ସନ୍ତୋଷ କୌଶଲ୍ୟା, ଡମ ସମାଜର ସମ୍ପାଦକ ସୁମନ ଗରଡ଼ିଆ,ଦେବେନ୍ଦ୍ର ବଚ୍ଛା, ନିରଞ୍ଜନ ହିଆଲ, ରାମନାଥ କାଡ୍ରାକା, ନାଗେଶ କୌଶଲ୍ୟା, ଅରକ୍ଷିତ କୌଶଲ୍ୟା,ଡ୍ରାଇଭର ସଂଘ ସଭାପତି ଗଜେନ୍ଦ୍ର ଗରଡ଼ିଆ, ରାଜମେସ୍ତ୍ରୀ ସଙ୍ଘ ସଭାପତି ଲାଲ ମଣି ବିବର,ଧନମଣି ଭତ୍ରା, ଓକିଲ ଅଭି ପାଲକା, ସୁନ୍ଦର ରାଓ ବାଗ ମଞ୍ଚାସିନ ରହିଥିଲେ । ଭାରତୀୟ ସମ୍ବିଧାନର ପ୍ରଣେତା, ଜ୍ଞାନର ପ୍ରତୀକ, ମାନବତାର ମୁକ୍ତି ଦାତା, ବିଶ୍ୱରତ୍ନ ବୁଦ୍ଧି ସତ୍ତ୍ୱ ଉପରେ ମତ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଆମ୍ବେଦକର ଯୁବ ମଞ୍ଚ ପକ୍ଷରୁ ଆୟୋଜନ କରାଛନ୍ତି । ଏଥିରେ ପୁଲିସ ଓ ଯବାନ ଉପସ୍ଥିତ ରହିଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें