ସେବାୟତ ଙ୍କ ପରଲୋକ

👇समाचार सुनने के लिए यहां क्लिक करें

ସେବାୟତ ଙ୍କ ପରୋଲୋକ।
ନିଳଗିରି,୧୯/୬(ସିଧାସମ୍ବାଦ);
ନିଳଗିରି ଜଗନ୍ନାଥ ମନ୍ଦିରର ବରିଷ୍ଟ ସେବାୟତ ଯୋଗେନ୍ଦ୍ର ନାରାୟଣ ମିଶ୍ର (୬୪) ଙ୍କ ଦେହାନ୍ତକୁ ନେଇ ସମଗ୍ର ନୀଳଗିରିର ଶୋକର ଛାୟା ଖେଳିଯାଇଛି। ସୂଚନାରୁ ଜଣା ପଡ଼ିଛି ନିଳଗିରି ଏନ୍ ଏ ସି ୬ ନମ୍ୱର ୱାର୍ଡର ସାନଅତା ଗ୍ରାମର ଯୋଗେନ୍ଦ୍ର ନାରାୟଣ ମିଶ୍ର ପୂର୍ବରୁ ରକ୍ତଚାପ, ଏସିଡ ରେ ଆକ୍ରାନ୍ତ ହୋଇଥିବା ବେଳେ ସୋମବାର ଦିନ ସକାଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ନିଳଗିରି ମେଡିକାଲକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ନୀଳଗିରିର ସାଧାରଣ ଲୋକେ, ସମସ୍ତ ଜଗନ୍ନାଥ ସେବାୟତ ବନ୍ଧୁ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ଥିଲେ ନିଳଗିରି ଜଗନ୍ନାଥ ମନ୍ଦିରର ଜଣେ ବେଶ୍ ଜଣାଶୁଣା ସେବାୟତ। ଖବର ପାଇ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ସମାଜସେବୀ ସବ୍ୟସାଚୀ ମହାପାତ୍ର, ରବୀନ୍ଦ୍ର ନାୟକ, ପ୍ରମୁଖ ମରଶରୀର ଉପରେ ପୁଷ୍ପ ଗୁଚ୍ଛ ଦେବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ପରେ ପରିବାର, ବନ୍ଧୁବର୍ଗ, ମାନେ ମର ଶରୀରକୁ ପୁରୀ ସ୍ବର୍ଗଧାମରେ ଶେଷ କୃତ୍ୟ ସଂପନ୍ନ କରିଛନ୍ତି। ପୁତୁରା ଜଗଦୀଶ ନାରାୟଣ ମିଶ୍ର ମୁଖଗ୍ଣି ଦେଇଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें