ଆସନ୍ତା ୨୦ ରେ ହେବାକୁ ଥିବା ସାଧାରଣ ଧର୍ମଘଟ ଜୁଲାଇ ୯ ତାରିଖ କୁ ଘୁଞ୍ଚିଲା ।
ନୀଳଗିରି,୨୦/୦୫(ସିଧାସମ୍ବାଦ); ସିପିଆଇ(ଏମ)ର ଜିଲ୍ଲା କମିଟି ପକ୍ଷରୁ ଆସନ୍ତା ୨୦ ତାରିଖ ରେ ହେବାକୁ ଥିବା ସାଧାରଣ ଧର୍ମଘଟ ଓ ପ୍ରତିବାଦ ସଭା ଜୁଲାଇ ୯ ତାରିଖ କୁ ଘୁଞ୍ଚିବା କୁ ନେଇ ଏକ ପ୍ରେସ ଇସ୍ତାହାରରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁଯାଇ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଶ୍ରମିକ ମାନଙ୍କ ସହିତ ସମସ୍ତ ବର୍ଗର ଲୋକଙ୍କ ଉପରେ ଆକ୍ରମଣ କରୁଛି l ଏହାକୁ ପ୍ରତିବାଦ କରି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରସନ୍ ମାନେ ଚଳିତ ମାସ ୨୦ ତାରିଖ ରେ ସାଧାରଣ ଧର୍ମଘଟ ଡାକରା ଦେଇଥିଲା ।ବର୍ତ୍ତମାନ ଭାରତ ଓ ପାକିସ୍ଥାନ ମଧ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେନେଇ ଉକ୍ତ ଧର୍ମଘଟ କୁ ଆସନ୍ତା ଜୁଲାଇ୯ ତାରିଖ କୁ କରିବା ପାଇଁ ସ୍ଥିର କରାଯାଇଛି । ସେଥିପାଇଁ ସି ଟୁ ତରଫରୁ ସୋମନାଥପୁର ର ତିନୋଟି ଡିପୋ ଓ ବାଲେଶ୍ବର ବସ ଷ୍ଟାଣ୍ଡ ରେ ପ୍ରତିବାଦ ସଭା କରାଯାଇଛି । ଉକ୍ତ ସଭାରେ ମୋଟର ଟ୍ରାନ୍ସପୋର୍ଟ ୟୁନିଅନ ର ସାଧାରଣ ସମ୍ପାଦକ ରାଜକିଶୋର ଲେଙ୍କା ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ ।ଉକ୍ତ ସଭା ରେ ସାଥୀ ଅମର ରାଉତ, ଅକ୍ଷୟ ସ୍ୱାଇଁ, ସୁଶାନ୍ତ ସାହୁ, ମଦନ ବେହେରା, ଭୋଳାନାଥ ବଳ, ସେକ୍ ମୁବାରକ, ନିତ୍ୟାନନ୍ଦ ମଲ୍ଲିକ, ସଂଜୀବ ମଲ୍ଲିକ, ଙ୍କ ସମେତ ବହୁ ସାଥୀ ଉପସ୍ଥିତ ରହି ଆସନ୍ତା ଜୁଲାଇ ୯ ତାରିଖ ଧର୍ମଘଟ କୁ ସଫଳ କରିବାପାଇଁ ନିବେଦନ କରିଥିଲେ । ପରେ ପରେ ଏ ନେଇ ଏକ ଦାବୀ ପତ୍ର,ଜିଲ୍ଲାପାଳ ଙ୍କ ମାଧ୍ୟମରେ ସରକାର ଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ସର୍ବସମ୍ମତି କ୍ରମେ ଉପରୋକ୍ତ ନିଷ୍ପତି
ଗ୍ରହଣ କରାଯାଇ ଥିବା ଶ୍ରୀ ପାତ୍ର ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।




