ବୃଦ୍ଧାଙ୍କ ବେକରୁ ତିନି ଭରିର ସୁନା ଚେନ କାଟିନେଲେ ଦୁର୍ବୃତ୍ତ |
ନୀଳଗିରି, ୨୦/୫;(ସିଧାସମ୍ବାଦ); ଜୈନିକ ବୃଦ୍ଧାଙ୍କ ବେକରୁ ତିନି ଭରିର ସୁନା ଚେନ କାଟିନେଲେ ଦୁର୍ବୃତ୍ତ | ସୂଚନା ମୁତାବକ ନୀଳଗିରି ଏନଏସି ହାଟଛକ ନିକଟରେ ଗୋପାଳ କୃଷ୍ଣ ପଣ୍ଡା ଙ୍କ ଧର୍ମପତ୍ନୀ ଉମାମଣି ଦାସ (୭୦) ଦାଣ୍ଡ ଓଳାଉଥିବା ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ବେକରୁ ସୁନା ଚେନ ଛିନତାଇ କରି ଶେରଗଡ଼ ଅଭିମୁଖେ ପଳାଇଥିଲେ। ଉମାମଣି ନୀଳଗିରି ଥାନାକୁ ଅବଗତ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ କିଛି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇ ପାରିନାହିଁ ପୁଲିସ।




