ଅପରେସନ ସିନ୍ଦୂର’ର ସଫଳତା ଏବଂ ବୀର ଯବାନଙ୍କ ସାହସିକତା ପାଇଁ ମଧ୍ୟ ନିର୍ବଚନ ମଣ୍ଡଳୀରେ ତ୍ରୀରଙ୍ଗା ଯାତ୍ରା •

👇समाचार सुनने के लिए यहां क्लिक करें

ଅପରେସନ ସିନ୍ଦୂର’ର ସଫଳତା ଏବଂ ବୀର ଯବାନଙ୍କ ସାହସିକତା ପାଇଁ ମଧ୍ୟ ନିର୍ବଚନ ମଣ୍ଡଳୀରେ ତ୍ରୀରଙ୍ଗା ଯାତ୍ରା

•ଆମ ବୀର ଯବାନଙ୍କ ସମ୍ମାନରେ ଏହା ହେଉଛି ପରାକ୍ରମ ଶୋଭାଯାତ୍ରା : ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,ତା.୨୦/୫:ଏ ଯାତ୍ରା ବୀର ଯବାନଙ୍କ ପାଇଁ,ଏ ଯାତ୍ରା ବାୟୁବୀରଙ୍କ ପାଇଁ,ଏ ଯାତ୍ରା ପ୍ରତି ସୈନିକଙ୍କ ସାହସ ଓ ପରାକ୍ରମ ପାଇଁ,ଆଉ ଏ ଯାତ୍ରା ଅପରେସନ ସିନ୍ଦୂର ପାଇଁ,ହାତରେ ତ୍ରିରଙ୍ଗା ମୁହଁରେ ଭାରତ ମାତା କି ଜୟ ନାରା, କମ୍ପୁଛି ଗଗନ ପବନ, ସବୁଠି ଶୁଭୁଛି ବନ୍ଦେ ମାତରମ, ଭାରତ ମାତା କି ଜୟ ଆଉ ଜୟ ଯବାନ,ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜି ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଓ୍ବାର୍ଡ ୩୩ ଅନ୍ତର୍ଗତ ଝାରପଡା ଜଗନ୍ନାଥ ଆଭେନ୍ୟୁରୁ ବାହାରି ହୋଇ ବୁଦ୍ଧେଶ୍ବରୀ କଲୋନି ପରିକ୍ରମା କରି ଚିନ୍ତାମଣିଶ୍ବର ମନ୍ଦିର ପଯ୍ୟନ୍ତ ହଜାର ହଜାର ଲୋକ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ ା ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ଏହି ଶୋଭାୟାତ୍ରାର ନେତୃତ୍ବ ନେଇ କହିଥିଲେ ଯେ, ଏହା ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ା ଏହା ସହିତ ଶ୍ରୀ ପ୍ରଧାନ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓ୍ବାର୍ଡ ନଂ ୩୩ର କର୍ପୋରେଟର ଧରିତ୍ରୀ ଜେନା, ବୁଦ୍ଧେଶ୍ବରୀ ମଣ୍ଡଳ ସଭାପତି ସୁରେସ କୁମାର ଜେନା,ଯୁବନେତା ପ୍ରଭାତ ମାର୍ଥା, ମହିଳା ନେତ୍ରୀ ଡୋଲନ ପାଲ୍, ପ୍ରଭାତ ପରିଡା, ରଶ୍ମୀରଞ୍ଜନ ମହାପାତ୍ର, ନିବାସ ଜେନା, ସଚ୍ଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ା

Sidha Sambad
Author: Sidha Sambad

Leave a Comment

और पढ़ें