ବିଶ୍ଵ ଶାନ୍ତି ଯଜ୍ଞ ମହା ଆଡ଼ମ୍ବର ରେ ପାଳିତ
*******************
******************
ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତ୍ରର୍ଗତ ଜାତିଲି ପଚାୟତ ସର୍ଗୀଗୁଡ଼ା ଗ୍ରାମ ରେ ଆଜି ବିଶ୍ଵ ଶାନ୍ତି ମହାଯଜ୍ଞ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ପଦ୍ମପୁର ବିଶ୍ୱ ଶାନ୍ତି ଗାୟିତ୍ରୀ ପରିବାର ଏବଂ ଗ୍ରାମବାସୀ ବୃନ୍ଦ ଙ୍କ ଆନୂକୂଲ୍ୟରେ ଆଜିର କାର୍ଯ୍ୟକ୍ରମ ଦେଖି ବାକୁ ମିଳିଥିଲା ଆଖ ପାଖ ଅଞ୍ଚଳରୁ ଆସିଥିବା ଭତ୍କାଳୁ ନୂଆଗାଁ, ରେଲ୍ଲା, ଜାତିଲି,, ପଦ୍ମପୁର, ନୂଆଗାଁର ସଂକୀତନ ମଣ୍ଡଳୀ ଆସି ହରେକୃଷ୍ଣ ହରେ ରାମ ନାମ ମନ୍ତ୍ର ପରିବେଷଣ, କରିଥିଲେ।
ଆଦୀବାସୀ ସମ୍ପ୍ରଦାୟ ର ଲୋକ ମାନେ ଆସି ହୋମ ଯଜ୍ଞ କରିଥିଲେ। ଏହାର କରିବାର କାରଣ ଦୀର୍ଘ ବର୍ଷ ରୁ ପ୍ରତିବର୍ଷ ପରି ଏ ବର୍ଷ ଦି ଶାନ୍ତି ଯଜ୍ଞ ମହା ଆଡ଼ମ୍ବର ରେ କରାଯାଇଥିଲା ଏହା କରିବାର ତାପର୍ଯ୍ୟ ହେଲା ଚାଷ କାମ ଆରମ୍ଭ କରିବା ପୂର୍ବରୁ ଏହି ବିଶ୍ଵ ଶାନ୍ତି ଯଜ୍ଞ କରିଥାନ୍ତି, ଆଦୀବାସୀ ମାନଙ୍କର ଦୃଢ ବିଶ୍ୱାସ ଯେ ଏହା କରିବା ଦ୍ୱାରା ଭଲ ବର୍ଷା,ଭଲଧାନ ଅମଳ,ଗାଁର ମଙ୍ଗଳ ପାଇଁ ଏହି ବିଶ୍ଵ ଶାନ୍ତି ଯଜ୍ଞ କରିଥାନ୍ତି ଏହା ପୂର୍ବ ପୁରୁଷ ରୁ ହୋଇ ଆସୁଅଛି , ପରମ୍ପରା କୁ ବଜାଇ ରଖିବା ପାଇଁ ଶାନ୍ତି ଯଜ୍ଞ ଅନୁଷ୍ଠିତ ହେଇଥିଲା। ଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା



