ବିଦ୍ୟୁତବିଭାଗର ମହିଳା କର୍ମଚାରୀଙ୍କୁ ଉପଭୋକ୍ତାଙ୍କ ଅଭଦ୍ରଚିତୋ ଗାଳିଗୁଲଜ ନେଇ ଥାନାରେ ମାମଲା।
ନୀଳଗିରି – ୨୧/୫(ସିଧାସମ୍ବାଦ);
ବିଦ୍ୟୁତସମସ୍ୟା ନେଇ ଜଣେ ଉପଭୋକ୍ତା ଗ୍ରାହକସେବା କେନ୍ଦ୍ରକୁ ଫୋନକରି ସେବାକେନ୍ଦ୍ରର ଜୈନିକ ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ମହିଳା ଜଣକ ନୀଳଗିରି ଥାନାରେ ଦ୍ବାରସ୍ଥ ହୋଇଛନ୍ତି।ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ସବ ଷ୍ଟେସନରେ।ସୂଚନା ମୁତାବକ ପଞ୍ଚଲିଙ୍ଗେଶ୍ବର ଅଞ୍ଚଳର ରାଧାମାଧବ ଜେନା ନାମକ ଉପଭୋକ୍ତା ବିଦ୍ୟୁତ୍ ସମସ୍ୟା ନେଇ ନୀଳଗିରି ବିଦ୍ୟୁତ ବିଭାଗର କଷ୍ଟମର କେୟାର (ଉପଭୋକ୍ତା ସେବାକେନ୍ଦ୍ର)କୁ ଫୋନ କରିଥିଲେ।ଉକ୍ତ କଷ୍ଚମର କେୟାର ଦାୟିତ୍ବରେ ଥିବା ବିଶ୍ବରୁପା ମହାନ୍ତି ଫୋନ ରିସିଭ କରିଥିଲେ ହେଁ ରାଧାମାଧବ କାହିଁକି ଲାଇନ କାଟିଛ ବୋଲି କହିବାସହ ହଠାତ ଅସଭ୍ୟଭାଷାରେ ଗାଳିଗୁଲଜ କରିଥିଲେ। ନିଜକୁ ଅପମାନିତ ମଣି ମହିଳା ଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ ଦୃଢକାର୍ଯ୍ଯାନୁଷ୍ଠାନ କରିବାକୁ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।




