ବିସ୍ଥାପିତଙ୍କୁ ଆଗ ଥାଇଥାନ କର,ସିପିଆଇ(ଏମ)| ନଚେତ୍ ଆଗାମୀ ଦିନରେ ରାସ୍ତାରୋକ୍ ପାଇଁ ଚେତାବନୀ ଦେଲା

👇समाचार सुनने के लिए यहां क्लिक करें

ବିସ୍ଥାପିତଙ୍କୁ ଆଗ ଥାଇଥାନ କର,ସିପିଆଇ(ଏମ)| ନଚେତ୍ ଆଗାମୀ ଦିନରେ ରାସ୍ତାରୋକ୍ ପାଇଁ ଚେତାବନୀ ଦେଲା ଦଳ।

ନିଳଗିରି,୨୨/୫(ସିଧାସମ୍ବାଦ);
ନିଳଗିରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ନିଳଗିରି ସିପିଆଇ (ଏମ) ଦଳ। ସ୍ଥାନୀୟ ପ୍ରଶାସନର ମେରୀ ରାୟ ନୀତିକୁ ସହଜରେ ଗ୍ରହଣ କରିପାରୁ ନାହିଁ ଦଳ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି। ଗତ ତିନି ବର୍ଷ ଧରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଲକ୍ ପାଖ ଦୋକାନ, ତହସିଲ ପାଖ ଦୋକାନ ଗୁଡ଼ିକୁ ରାସ୍ତା ପ୍ରଶସ୍ତି କରଣ ଓ ସହର ସୁନ୍ଦର କରଣ ପାଇଁ ପାଖା ପାଖି ଦୁଇ ଶହରୁ ଅଧିକ ଦୋକାନୀ ବିସ୍ଥାପିତ ହୋଇଥିଲେ। ସେତେବେଳେ ୨/୩ମାସ ଭିତରେ ବିସ୍ଥାପିତଙ୍କୁ ନୂତନ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ମାତ୍ର କାର୍ଯ୍ୟ କ୍ଷେତ୍ରରେ ସୁନ। ଅନେକ ଦୋକାନୀ ଆଜିବି ବେସାହାରା ହୋଇ ପରିବାର ଭରଣ ପୋଷଣ କରିବାରେ ଅନେକ ଅସୁବିଧାରେ ପଡ଼ିଛନ୍ତି। ପର ଘରେ ମୂଲ ଲାଗି ଜୀବନ କାଟୁଥିବାର ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ପ୍ରକାଶ କରିଛନ୍ତି। ଏବେ ଯୁଦ୍ଧ୍ୟ କାଳୀନ ଭିତିରେ ଦୁର୍ଗା ମଣ୍ଡପ ଠାରୁ ମେଡିକାଲ ପର୍ଯ୍ୟନ୍ତ ଦୋକାନୀଙ୍କୁ ବିସ୍ଥାପିତ କରାଯାଇଥିବା ବେଳେ ସେମାନଙ୍କୁ ଥାଇଥନ୍ କରାଯାଇନଥିବା ର ପ୍ରେସମିଟ ରେ ପ୍ରକାଶ କରିଛନ୍ତି। ଆଗ ଥାଇଥାନ୍ ପରେ ବିସ୍ଥାପିତ ବୋଲି ଦଳର ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟ ବିଜୟ ପାତ୍ର ପ୍ରକାଶ କରିଛନ୍ତି। ଜରୁରୀକାଳୀନ ଭିର୍ତିରେ ଯେପରି ସବୁ ଦୋକାନକୁ ଭାଙ୍ଗି ଦିଆଗଲା ସେପରି ଏକ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବୀ କରିଛନ୍ତି। ପୂର୍ବରୁ ପ୍ରିୟା ପ୍ରୀତି ମଧ୍ୟରେ ଅନେକ ଦୋକାନ ଘର ହାତେଇ ଥିବାବେଳେ କିଛି ଏନ୍ ଏ ସି କର୍ମଚାରୀ ମଧ୍ୟ ଦୋକାନ ଘର ନେଇ ଥିବାର ଘଟଣା ତଦନ୍ତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦାବି କରାଯାଇଛି। ଯଦି ଏସବୁ ସଠିକ୍ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ ନ ହୁଅ ଆସନ୍ତା ଏକ ମାସ ମଧ୍ୟରେ ରାସ୍ତାରୋକ କରାଯିବ ବୋଲି ପ୍ରେସମିଟ ରେ ପ୍ରକାଶ କରିଛନ୍ତି।

i

Sidha Sambad
Author: Sidha Sambad

Leave a Comment

और पढ़ें