*ରାସନସାମଗ୍ରୀ ହଡପ ଖବରପ୍ରକାଶ ପରେ ମହିଳା ଡିଲର ରକ୍ତମୁଖା*। *ସାମ୍ବାଦିକଙ୍କ ଘରେ ଆଗରେ ଗାଳିଗୁଲଜ ସହ ହତ୍ୟା ଧମକ*। ।

👇समाचार सुनने के लिए यहां क्लिक करें

*ରାସନସାମଗ୍ରୀ ହଡପ ଖବରପ୍ରକାଶ ପରେ ମହିଳା ଡିଲର ରକ୍ତମୁଖା*।
*ସାମ୍ବାଦିକଙ୍କ ଘରେ ଆଗରେ ଗାଳିଗୁଲଜ ସହ ହତ୍ୟା ଧମକ*।

ନୀଳଗିରି- ୨୨/୫(ସିଧାସମ୍ବାଦ);
ଡିଲରଙ୍କ କଳାକାରନାମାର ଖବର ପ୍ରକାଶ ପାଇବାପରେ ଡିଲର ଏବଂ ସହଯୋଗୀ ସଦସ୍ୟାମାନେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଘରେ ଆଗରେ ଗାଳିଗୁଲଜ ଓ ବିଭିନ୍ନ ଧମକ ଚମକ୍ ଦେଇଥିବା ନେଇ ବରହମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତର ରାସନ୍ ସାମଗ୍ରୀ ପ୍ରଦାନ ପାଇଁ ନିଯୁକ୍ତ ଡିଲର ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝିଅର ଚାଉଳ ହଡପକରିଥିବା ବିଷୟ ଉପରେ ସାମ୍ବାଦିକ ଜଣକ ଗଣମାଧ୍ୟମରେ ଖବରପ୍ରକାଶ କରିବା, ସୂଚନା ଆଧାରରେ ତଥ୍ଯ ମାଗିବା ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ପରେ ହିଂସ୍ର ହୋଇଉଠିଛନ୍ତି ନରଣପୁର ଗ୍ରାମ ପଞ୍ଚାୟତର ମା ଗାୟତ୍ରୀ ସ୍ଵୟଂ ସହାୟିକା ଗୋଷ୍ଠୀ। ମାତ୍ର ଡିଲରଜଣକ କିଛି ମୃତ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚାଉଳ ପ୍ରଦାନ ନକରି ହଡ଼ପ କରିଚାଲିଥିବା ବେଳେ ବାରମ୍ବାର ଅଭିଯୋଗପରେ ଦିବ୍ୟାଙ୍ଗଙ୍କ ଚାଉଳ ଫେରସ୍ତ କରିଥିଲେ।ତେବେ ଏଠି ପ୍ରଶ୍ନଉଠେ ପ୍ରତିମାସ ମୁଣ୍ଡପିଛା ୫କି.ଗ୍ରା ଚାଉଳ ପ୍ରଦାନ କରିବାର ନିୟମଥିବା ବେଳେ ଏକାଥରେ ୧୮୨ କିଲୋ ଚାଉଳ ଡିଲର ଜଣକ କେଉଁଠି ଆଣିଲେ ଆଉ କିପରି ପ୍ରଦାନ କରିଲେ ? ଖବର ଅନୁଯାୟୀ ୩ଜଣ ମୃତବ୍ୟକ୍ତିଙ୍କ ରାସନ୍ ସାମଗ୍ରୀ ଉକ୍ତ ଡିଲର ହଡ଼ପ କରିଥିବା ଲୋକଲୋଚନକୁ ଆସିଥିଲା। ଜଣେ ବ୍ୟକ୍ତି ୨୦୧୭ମସିହାରେ ମୃତ୍ୟୁବରଣ କରିଥିବା ବେଳେ ତାର ନାମ ୨୦୨୫ମସିହା ମାର୍ଚ୍ଚ ମାସରେ ଅନଲାଇନ ଡିଲିଟ୍ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ୨୦୨୩ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ମଧ୍ୟ ୨୦୨୫ମାର୍ଚ୍ଚ ମାସରେ ଡିଲିଟ ହୋଇଥିବାର ସୂଚନା ରହିଛି। ଅନୁରୂପ ଭାବେ ଅନ୍ୟଜଣେ ରାସନଧାରି ୨୦୨୦ମସିହାରେ ମୃତ୍ୟୁହୋଇଥିବା ବେଳେ ତାଙ୍କ ନାମ ମଧ୍ୟ ୨୦୨୪ଡିସେମ୍ବର ମାସରେ ଡିଲିଟ କରାଯାଇଥିବା ଯୋଗାଣବିଭାଗ ସୂଚନାଅଧିକାର କର୍ମୀଙ୍କୁ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି। ତେଣୁ ୮ବର୍ଷ, ୪ବର୍ଷ, ୧ବର୍ଷରୁ ଉର୍ଦ୍ଧ୍ବ ସମୟ ଚାଉଳ ହଡପକରି ଆତ୍ମସାତ କରିଥିବା ଖବର ପ୍ରସାରଣ କରିଥିବା ଦୈନିକ ଖବରକାଗଜ ନୀଳଗିରି ପ୍ରତିନିଧି ରତିକାନ୍ତ ପରିଡାଙ୍କୁ ଉକ୍ତ ମହିଳା ଗୋଷ୍ଠୀର ମହିଳାମାନେ ମିନତୀ ସାହୁଙ୍କ ନେତୃତ୍ୱରେ ଗୁରୁବାର ସକାଳେ ରତିକାନ୍ତଙ୍କ ବାସଭବନରେ ପହଞ୍ଚି ତାଙ୍କ ଅନୁପସ୍ଥିତିରେ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଦେଇଥିଲେ। ଏତଦ୍ ଭିନ୍ନ ଡିଲରଙ୍କ ସମସ୍ତ କାଗଜପତ୍ର ସାମ୍ବାଦିକ ରତିକାନ୍ତ ସୂଚନା ଅଧିକାର ଆଇନ ବଳରେ ମାଗିବାରୁ ଡିଲର ଜଣକ କାଗକ ପତ୍ର ହଜିଯାଇଥିବା ମିଥ୍ୟା ସତ୍ୟପାଠ ଦେଖାଇ ଯୋଗାଣ ଅଧିକାରୀଣିଙ୍କ ଠାରେ ଦାଖଲ କରିଥିବା ଜଣାଯାଇଛି।
ଏହାବାଦ ଡିଲରଙ୍କ କଳକାରାନାମ ବିଷୟରେ ନୀଳଗିରି ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ପରେ ଉକ୍ତ ଡିଲର ମିନତି ସାହୁ ଜଣକ କିଛି ୭/୮ଜଣ ମହିଳା ସଦସ୍ୟାଙ୍କୁ ଧରି ସାମ୍ବାଦିକଙ୍କ ଗୃହ ସମ୍ମୁଖରେ ହୋହଲ୍ଲା ଓ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ସାମ୍ବାଦିକ ଜଣକ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏତଲା ପାଇବାପରେ ତଦନ୍ତ ଜାରିରଖିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें