ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଘୋଷଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ।
ନୀଳଗିରି- ୨୨/୫(ସିଧାସମ୍ବାଦ);
ଗୁରୁବାର ସକାଳ ଘ୯ଟିକା ସମୟରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ଠାକୁର ମହାଲ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଜଗନ୍ନାଥ ମନ୍ଦିରର ଦିବଂଗତ ସେବାୟତଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ପରେ ପରେ ବିବରଣୀ ଅନୁଯାୟୀ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ସମ୍ପର୍କରେ ମହାରଣା ଅବଗତ କରିବା ସହିତ ନିର୍ବାହୀ ଅଧିକାରୀ(ଠାକୁର ମାହାଲ)ତଥା ତହସିଲଦାର ଶ୍ରୀମତୀ ସୋନମ୍ ଦାସ ଜଙ୍ଗଲ ବିଭାଗ ୬ଗୋଟି ଅସନ୍,୩ଗୋଟି ଶାଳ ୧ଗୋଟି କେନ୍ଦୁ ଗଛ ଚିହ୍ନଟ ହୋଇ ସଂଗ୍ରହ କରି ଥିବା ପ୍ରକାଶ କରିଥିଲେ ଏବଂ ଆଉ କିଛି ଅଧିକ କାଠ ପାଇଁ ଜଙ୍ଗଲ ବିଭାଗକୁ ଜଣାଇବା ଏବଂ ଏ ଉପରେ ନୀଳଗିରି ବନଖଣ୍ଡ ଅଧିକାରୀ ,ନିଲଗିରଙ୍କୁ ବିହୀତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ରଥ ଉପରେ ଅବସ୍ଥାପିତ ବ୍ୟକ୍ତି ବିଶେଷଙ୍କ ତାଲିକା ଚୂଡ଼ାନ୍ତ, ରଥରେ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ଗହଳିକୁ ଲକ୍ଷ୍ୟରଖି ଆଇନଶୃଙ୍ଖଳା,
ଯାନବାହାନ ଚଳାଚଳ ନିୟନ୍ତ୍ରଣ,ଛିନତାଇ,ସାଧାପୋଷାକ ଧାରି ପୋଲିସ ବ୍ୟବସ୍ଥା, ସି.ସି.କ୍ୟାମେରା,ନିରବିଛିନ୍ ପାନୀୟ ଜଳଯୋଗାଣ, ବିଦ୍ୟୁତ୍ ସେବା, ଅସ୍ଥାୟୀ ଚିକିତ୍ସା ସହାୟତା କେନ୍ଦ୍ରରେ ପର୍ଯ୍ୟାପ୍ତ ଓଆରଏସ,
ଆମ୍ବୁଲାନ୍ସ ସେବା ଯୋଗାଇ ଦେବ।,ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲିବା,ମଦଦୋକାନ ବନ୍ଦରଖିବା ଆବଶ୍ୟକ ସ୍ଥଳେ ପୋଲିସ ସହାୟତାରେ ବେଆଇନ ମଦ କାରବାର ରୋକିବାକୁ ଚଢ଼ାଉ କରିବା ,ବଡ଼ଦାଣ୍ଡରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା(ବିଦ୍ୟୁତ୍ ତାର , ଡ୍ରେନାଜ୍)ର ସୁଧାର ଆଣିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ରଥ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ମହାନ ଗଣପର୍ବରେ ଉପଖଣ୍ଡସ୍ତରୀୟ ପ୍ରଦର୍ଶନୀ ଏବଂ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ ପାଇଁ ସ୍ଥିର କରାଯାଇଅଛି । ଏହି
ପ୍ରଥମପର୍ଯ୍ୟାୟ ବୈଠକରେ ବାଲେଶ୍ଵର ଜିଲ୍ଲା ସାଂସଦଙ୍କ ପ୍ରତିନିଧି କରୁଣାକର ପଣ୍ଡା,ବାଲେଶ୍ଵର ଜିଲ୍ଲା ଅବକାରୀଅଧିକ୍ଷକ ସନ୍ତୋଷ
କୁ.ସେଠୀ, ତହସିଲଦାର ତଥା ଠାକୁର ମାହଲ(ନିର୍ବାହୀ ଅଧିକାରୀ)ଶ୍ରୀମତୀ ସୋନମ୍ ଦାସ,ଉପଖଣ୍ଡ ପୋଲିସ ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଗୋଷ୍ଠୀଉନ୍ନୟନ ଅଧିକାରୀ ବିକ୍ରମ କେଶୋରୀ ପରିଡା, ଏନ.ଏ. ସି.ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳଙ୍କ ସମେତ ନୀଳଗିରି ସହରର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ,ବୁଦ୍ଧିଜୀବୀ,ଆଇନଜୀବି, ସମାଜସେବୀ,ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଗଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।



