“”ସ୍ୱାଧୀନତାର ଏତେ ବର୍ଷ ପରେ ବି ଏ ରେଭେନ୍ୟୁ ଗାଁକୁ ପହଂଚି ପାରି ନାହିଁ ପିଚୁ ରାସ୍ତାଟିଏ””

👇समाचार सुनने के लिए यहां क्लिक करें

“”ସ୍ୱାଧୀନତାର ଏତେ ବର୍ଷ ପରେ ବି ଏ ରେଭେନ୍ୟୁ ଗାଁକୁ ପହଂଚି ପାରି ନାହିଁ ପିଚୁ ରାସ୍ତାଟିଏ””

ଉମରକୋଟ ବ୍ଲକ,୨୩ ୦୫ ୨୦୨୫( ସିଧାସମ୍ବାଦ) ବେହେଡା ବଦଳିଛି ଯୁଗ ବଦଳିଛି ସମୟ। ବିକଶିତ ଗାଁ, ବିକଶିତ ଭାରତ, ଯେଉଁ ଜାଗାରେ ନାରା ଓ ଢେଣ୍ଡେରା ପିଟୁଛନ୍ତି ହେଲେ ସ୍ୱାଧୀନତାର ଏତେ ବର୍ଷ ପରେ ବି ଜୟପୁର ବିକ୍ରମଦେବ ରାଜାଙ୍କୁ ଠାରୁ ଜମି ପଟ୍ଟା ପାଇଥିବା ରେଭେନ୍ୟୁ ଗାଁ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ, ଶୁଖିଗାଁ ପଞ୍ଚାୟତ ଅନ୍ତର୍ଗତ ଡେପଗୁଡା ରେ ପହଁଞ୍ଚି ପାରି ନାହିଁ ସରକାରୀ ଯୋଜନାର କଲବେଟଓ ରାସ୍ତାଟିଏ। ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ।ମୌଳିକ ସୁବିଧା ଏମାନଙ୍କୁ ଯୋଗାଇ ଦିଆଯିବା ନେଇ ବାରଂବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ ଠୁ ବ୍ଲକ ଅଧିକାରୀ ଓ ଜ଼ିଲ୍ଲା ପ୍ରଶାସନ କେହି କର୍ଣ୍ଣପାତ କରୁ ନାହାନ୍ତି। କେବେ ଏହି ରେଭେନ୍ୟୁ ଗାଁଲୋକେ ସରକାରୀ ଯୋଜନାରେ ସାମିଲ ହେବେ ଓ ମୌଳିକ ସୁବିଧା ପାଇବେ ?।ଏହି ଗାଁକୁ ଯିବାକୁ ହେଲେ ଉମରକୋଟ ମୁଖ୍ୟ ବ୍ଲକ ଠାରୁ ଆନୁମାନିକ ପ୍ରାୟ ୧୫କିଲମିଟର ମୁଖ୍ୟ ରାସ୍ତାବେହେଡା ଗାଁ ପାଖରୁ ଅଧା କିଲୋମିଟର ସଂଲଙ୍ଗନୋ ଡେପଗୁଡା ଗାଁ।ଆନୁମାନିକ ଦଶ ବାରୋ (୧୦, ୧୨)ବର୍ଷ ହେବ ଗୋଟିଏ ମାଟି ରାସ୍ତା ସ୍ୱଳ୍ପ ସରକାରୀ ଅନୁଦାନରେ ତିଆରି ହୋଇଥିଲା। ବର୍ତ୍ତମାନ ଏହି ମାଟି ରାସ୍ତାଟିରେ ଠିକାଦାର ମନମୁଖି ନାମ ମାତ୍ର ମୁରୁମ ପକାଉଛନ୍ତି। କେତେ ଟଙ୍କାର କାମ, କୌ ଯୋଜନାର କାମ,ନା ଅଛି ଫଳକନାମା ବୋର୍ଡ।ଏଠି ବିକାଶ ଏମାନଙ୍କୁ ପାଇଁ ସାତ ସପନ ଓ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଚିନ୍ତାରେ ଗ୍ରାମବାସୀ। ଜ଼ିଲ୍ଲା ପ୍ରଶାସନ ସ୍ତରରେ ଏହି ଡେପଗୁଡା ରେଭେନ୍ୟୁ ଗ୍ରାମବାସୀ ଯେପରି ଗ୍ରାମକୁ, ରାସ୍ତାରେ କେମିତି କଲବେଟପାଇ ପାରିବେ ସେଥିପ୍ରତି ଦୃଷ୍ଟି ଆକର୍ଶନ କରିବା ପାଇଁ ନିବେଦନ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें