ଡିଭାଇନ ଟ୍ୟୁଟୋରିଆଲ ପକ୍ଷରୁ ଟପ୍ପର ଙ୍କୁ ସମ୍ବର୍ଦ୍ଧନା | |

👇समाचार सुनने के लिए यहां क्लिक करें

ଡିଭାଇନ ଟ୍ୟୁଟୋରିଆଲ ପକ୍ଷରୁ ଟପ୍ପର ଙ୍କୁ ସମ୍ବର୍ଦ୍ଧନା |

ନୀଳଗିରି, ୨୩/୫(ସିଧାସମ୍ବାଦ); ନୀଳଗିରି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ
ଡିଭାଇନ ଟ୍ୟୁଟୋରିଆଲ ପକ୍ଷରୁ ନୀଳଗିରି ଅଞ୍ଚଳରେ ଚଳିତ ଯୁକ୍ତ ଦୁଇ ପରୀକ୍ଷାରେ ଏବଂ ଏହି ଶିକ୍ଷାନୁଷ୍ଠାନରେ କୋଚିଂ ନେଉଥିବା ତଥା ସର୍ବୋତ୍ତମ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ୍ନା କରାଯାଇଛି | ପୂର୍ବାହ୍ନ ୧୧ଘଟିକା ସମୟରେ ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉଭୟ ନୀଳଗିରି ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରୁ ଉପଖଣ୍ଡ ଟପ୍ପର ତଥା କଲେଜ ଟପର ହୋଇଥିବା ୬ ଜଣ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ସେଥି ମଧ୍ୟରୁ
କୁମାରୀ ଭାଗ୍ୟ ଜ୍ୟୋତି ମହାଳିକ ସର୍ବାଧିକ ୫୪୧ନମ୍ବର ରଖିଥିବା ବେଳେ କୁମାରୀ ବିଦ୍ୟା ମତି ରାଉତ ୫୩୦ ନମ୍ବର,ଶ୍ରୀ ଲଳିତ ସଲ ୫୨୧ ନମ୍ବର,ମାହେଶ୍ୱରୀ ମହାପାତ୍ର ୫୧୫ ନମ୍ବର,ଗାୟତ୍ରୀ ବେହେରା ୫୧୩ ନମ୍ବର,ଲୋପାମୁଦ୍ରା ମହାନ୍ତି ୫୦୩ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି |
ଏହାଛଡା ଶତକଢ଼ା ୮୦ ପ୍ରତିଶତ ରୁ ଉର୍ଦ୍ଧ୍ବ ନମ୍ୱର ରଖିଥିବା ୧୦ ଜଣ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ବିଦ୍ୟାର୍ଥୀ ମାନେ ତାଙ୍କ ପ୍ରତିକ୍ରିୟାରେ ନିଜର ପିତାମାତା, କଲେଜ ଶିକ୍ଷକ ଏବଂ ଡିଭାଇନ ଟ୍ୟୁଟୋରିଆଲର ପ୍ରତିଷ୍ଠାତା ସୁଶାନ୍ତ କୁମାର ମହାପାତ୍ର ଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତ ରେ ଜଣେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହେବେ ବୋଲି କହିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें