ଇଣ୍ଡିଆନ୍ ଅୟେଲ ଡିପୋ ରେ ଡ୍ରାଇଭର୍ସ ଡେ ପାଳିତ।

👇समाचार सुनने के लिए यहां क्लिक करें

ଇଣ୍ଡିଆନ୍ ଅୟେଲ ଡିପୋ ରେ ଡ୍ରାଇଭର୍ସ ଡେ ପାଳିତ।

ନୀଳଗିରି,୨୮/୦୫(ସିଧାସମ୍ବାଦ); ସୋମନାଥପୁର ଇଣ୍ଡିଆନ୍ ଅୟେଲ ଡିପୋ ରେ ଡ୍ରାଇଭର୍ସ ଡେ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଡ୍ରାଇଭର ସଙ୍ଘର ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ଓ ସେଖ ମୁବାରକ ଇଣ୍ଡିଆନ୍ ଅୟେଲ ଡିପୋର ବରିଷ୍ଠ ପରିଚାଳକ ମୁକ୍ତି ସେଠୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଉକ୍ତ ସଭାରେ ସୁରକ୍ଷା ଅଧିକାରୀ ଦୁର୍ଗେସ କୁକ୍ଡେ ସଭାପତିତ୍ବ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପାତ୍ର ଡ୍ରାଇଭର୍ସ ଡେ ରେ ଡ୍ରାଇଭର ମାନଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଡ୍ରାଇଭର ମାନେ ଦେଶର ମେରୁଦଣ୍ଡ। କିନ୍ତୁ ଡ୍ରାଇଭର ମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ସେଇଥି ପାଇଁ ସେ ପରିଚାଳକ ଙ୍କୁ ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ । ପରିଚାଳକ ଶ୍ରୀ ସେଠୀ ଡ୍ରାଇଭର ମାନଙ୍କୁ ସଡ଼କ ସୁରକ୍ଷା ଉପରେ ପରାମର୍ଶ ଦେଇଥିଲେ ।ପାଞ୍ଚ ଜଣ ଡ୍ରାଇଭର ଙ୍କୁ ସେମାନଙ୍କ ର ଗାଡ଼ି ଚଳନା ରେ ଭଲ ପାରଦର୍ଶିତା ପାଇଁ ପୁରସ୍କୃତ କରାଯାଇଥିଲା।ଶେଷରେ ସେଖ.ମୁବାରକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭୋଳାନାଥ ବଳ, ସଂଜୀବ ମଲ୍ଲିକ, ରମେଶ ଚଢ଼ା, ଗୁଲସନ୍ ଚୌଧୁରୀ, ସମେତ ବହୁ କାର୍ଯ୍ୟରତ ଡ୍ରାଇଭର ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें