ନୀଳଗିରି ରଥଯାତ୍ରା ପାଇଁ ପାଣ୍ଠି ଯୋଗାଇଦେବାକୁ ମନ୍ତ୍ରୀଙ୍କୁ ଚିଠିଲେଖିଲେ ସାଂସଦ ପ୍ରତାପ ଷଡଙ୍ଗୀ।

👇समाचार सुनने के लिए यहां क्लिक करें

ନୀଳଗିରି ରଥଯାତ୍ରା ପାଇଁ ପାଣ୍ଠି ଯୋଗାଇଦେବାକୁ ମନ୍ତ୍ରୀଙ୍କୁ ଚିଠିଲେଖିଲେ ସାଂସଦ ପ୍ରତାପ ଷଡଙ୍ଗୀ।
ନୀଳଗିରି – ୨୮/୫(ସିଧାସମ୍ବାଦ);
ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଯାତ୍ରା ପାଇଁ ରାଜ୍ୟ ଆଇନମନ୍ତ୍ରୀଙ୍କୁ ପାଣ୍ଠି ଯୋଗାଇ ଦେବାକୁ ଚିଠିଲେଖି ଅନୁରୋଧ କରିଛନ୍ତି ମାନ୍ୟବର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ରାଜ୍ୟର ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରି ଜଗନ୍ନାଥଙ୍କ ରଥଯାତ୍ରାକୁ ସରସସୁନ୍ଦର କରିବା ସହିତ ଏହାର ସୁପରିଚାଳନା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଏନେଇ ରାଜ୍ୟ ଅବକାରୀ, ନିର୍ମାଣ ଓ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ଗତ ୨୪ତାରିଖ ଚିଠି ଲେଖିଥିବା ଜଣାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ନୀଳଗିରି ରଥଯାତ୍ରା ମହାଧୁମଧାମରେ ପାଳନ ହେଉଥିବା ବେଳେ ଏହାକୁ ସୁରୁଖୁରୁରେ ପାଳନକରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ବାଲେଶ୍ୱର ସାଂସଦ ମନ୍ତ୍ରୀଙ୍କୁ ଚିଠିଲେଖି ପାଣ୍ଠିଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें