ବେଗୁନିଆ ତହସିଲ ସମ୍ମୁଖରେ ଡ୍ରାଇଭର ପରିବାର ସହ ଗଣ ଧାରଣା
ବୋଲଗଡ (ସିଧା ସମ୍ବାଦ)ବେଗୁନିଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ଡ୍ରାଇଭର ସପରିବାର ଗଣଧାରଣା ଦେଇଛନ୍ତି.ଚକ୍ରଧର ମୁଦୁଲି ତହସିଲ କାର୍ଯ୍ୟାଳୟରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ. ମାତ୍ର ଅନ୍ୟ ଏକ ଗାଡି ଠିକାରେ ଲାଗିବା ପରେ ଚକ୍ରଧରଙ୍କୁ ଛଟେଇ କରିଦିଆଯାଇଛି. ସେବେଠାରୁ ଚକ୍ରଧର ଦୁର୍ଦିନରେ କାଳାତିପାତ କରୁଛନ୍ତି. ଏବେ ଥଇଥାନ ଦାବି କରି ସପରିବାର ଗଣ ଧାରଣା ଦେଇଛନ୍ତି. ତେବେ ଏଯାବତ ପ୍ରଶାସନ ତାଙ୍କ ନିକଟରେ ପହଂଚି ନାହିଁ. ଗତବର୍ଷ ମଧ୍ୟ ଚକ୍ରଧର ଧାରଣା ଦେଇଥିଲେ. ମାତ୍ର ପ୍ରଶାସନ ବୁଝାସୁଝା କରି ଧାରଣା ହଟାଇଦେଇଥିଲେ.




