ରେଙ୍ଗାଭାଟି ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ |
ନବରଙ୍ଗପୁର ଜିଲ୍ଲା(ସିଧାସମ୍ବାଦ)ରାଇଘର ବ୍ଲକର ରେଙ୍ଗାଭାଟି ଠାରେ ଆଜି କାବେରୀ ବିହନ କମ୍ପାନୀ ପକ୍ଷରୁ ଏକ ପ୍ରଗତିଶୀଳ କୃଷକ ସମ୍ମିଳନୀ କରାଯାଇଛି |ଏହି ସମ୍ମିଳନୀରେ ରେଙ୍ଗାଭାଟି ତଥା ଆଖପାଖ ଅଂଚଳର ଶତାଧିକ କୃଷକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା|ଏହି ସମ୍ମିଳନୀର ଆୟୋଜକ ବ୍ଲକ ମ୍ୟାନେଜର ଅସୀମ କୁମାର ରାୟ ଉତ୍କଳ ରାୟ ଓ କୋମଲ ବାକଚି କ୍ଷେତ୍ର ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିବାପାଇଁ କାବେରୀ ବିହନକମ୍ପାନୀ ତରଫରୁ ନାଚ ଗୀତ ଏବଂ ଘରେ ବେବହାର କରିବା ସାମାନ ମୁଗ, ବାଲ୍ଟି, ତୋଗାଡ଼ି, ଆମ୍ବଗଛ, ସ୍ପ୍ରୀ ମେସିନ୍, ଓ ଗାମୁଛାଦେଇ ଉତ୍ସାହିତ କରାଯାଇଥିଲା ଏବଂ କାବେରୀ ବିହନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ବର୍ତମାନ ପାଗରେ ବଡ଼ ପରିବର୍ତନ ହୋଇଥିବାରୁ ଚାଷୀ ଠିକରେ ଚାଷ କରି ପାରୁନି |କେତେବେଳେ ବିହନରେ ଠକାମୀର ଶିକାର ହେଉଛି ତ ପୁଣି କେତେବେଳେ ଆବଶ୍ୟକ ମୁତାବକ ସାର କ୍ରୟ କରିପାରୁନି |ଏମିତି ଚାଷୀ ସବୁବେଳେ କିଛି ନା କିଛି ସମସ୍ୟା ଦେଇ ଗତି କରୁଛି |ଆବଶ୍ୟକ ଠାରୁ ଅଧି
କ ଟଙ୍କା ଖର୍ଚ୍ଚ କରି ମଧ୍ୟ ଭଳ ଅମଳ ପାଇ ପାରୁନାହାନ୍ତି |ଫଳରେ ଚାଷୀ ସବୁବେଳେ କ୍ଷତି ସହି ଆସୁଛି |ନବରଙ୍ଗପୁର ଜିଲ୍ଲାରେ ମକା ଚାଷ ଅଧିକ କରାଯାଉଥିବାରୁ କାବେରୀ କମ୍ପାନୀର ନୁଆ ମକା ବିହନର, ନମ୍ୱର କେ ଏମ ହେଚ.୮୩୩.ଏ କେ ଓ ୨୨୮୮. ପ୍ରପିଟ୍ ଓ ଧାନର ନମ୍ୱର ହେଲା ପି କେ ହେଛ ୪୭୧.ପି କେ ହେଛ.୯୦୯୦.ପି କେ ହେଛ ୪୭୫ ସବୁ ଠୋରୁ ଅଧିକ ଅମଳ ଓ ଅଜନ ହାର ବେଶୀ ହାଇଥାଏ। ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ଉଭୟେ ବୁଝେଇବା ସହିତ କବେରି କମ୍ପାନୀ ବିହନ ବ୍ୟବହାର କରିବା ପାଇଁ ଅସୀମ ରୟା ପରାମର୍ଶ ଦେଇଥିଲେ |



