*ସମ୍ବାଦଦାତା ସମ୍ମିଳନୀ
*ଦେଡ଼ଶବର୍ଷର ପୋଖରୀ ଉପରେ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲଲୁପ ଦୃଷ୍ଟି ! |
*କୋର୍ଟ ଆଦେଶକୁ ଓଲଟା ଅର୍ଥ କରି ପଦକ୍ଷେପ ନେଲେ ।
ନିଳଗିରି,୨୯/୦୫(ସିଧାସମ୍ବାଦ);
ନୀଳଗିରି ଏନ୍ ଏ ସି,୧୦ ନମ୍ବର ୱାର୍ଡ, କାହାଳିଆ ମୌଜାରେ ଦୁଇ ଏକର ଅଶି ଡିସିମିଲ ପରିମିତ ସ୍ଥାନ ରେ ପୋଖରୀ ରହିଛି। ଏହାର ଚାରିପଟରେ ନକ୍ସା ଅନୁଯାଇ, ଚାଳିଶି କଡ଼ି ଓସାର ର ଆଡି ମଧ୍ୟ ରହିଛି। ମାତ୍ର ଉକ୍ତ ଆଡି କୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନେ ନଷ୍ଟ କରିଦେବା ଫଳରେ ପୋଖରୀ ଆଡି ନିକଟରେ ଥିବା ପ୍ରାୟ ୪୦
ପରିବାର ର ୨୫୦ ଜଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ, ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ। ଫଳରେ ଉକ୍ତ ଅଞ୍ଚଳ ଅଶାନ୍ତ ହୋଇଛି। ସୂଚନା ରୁ ଜଣାଯାଇଛି, ୧୮୦୦ ଶତାବ୍ଦୀରେ, ନୀଳଗିରି ରାଜା ସାହେବ ଏକ ପୋଖରୀ ନିର୍ମାଣ ସହିତ ବିସ୍ତୃତ ଆଡି ମଧ୍ଯ ନିର୍ମାଣ କରିଥିଲେ। ଉକ୍ତ ଗ୍ରାମରେ ରାହାସ ବିହାରୀ ନାମକ ଠାକୁର ଅଛନ୍ତି। ଉକ୍ତ ପୋଖରୀକୁ ରାହାସ ବିହାରୀ ଠାକୁର ଙ୍କ ନାମରେ କରିବା ସହିତ ଆଡି ନିକଟ ରେ ଚାରି ପାଖରେ ଜନବସତି ଓ ପୋଖରୀ କୁ ସମ୍ପୁର୍ଣ ବ୍ୟବହାର କରିବା ପାଇଁ ଆଦେଶ ଦେଇ ଥିଲେ। ୧୧୦ ବର୍ଷ ପର୍ଯ୍ୟନ୍ତ ଏହାକୁ ନିଲାମ କରାଯାଇନଥିଲା ବେଳେ, ହଠାତ ନିଜକୁ ଠାକୁର ଙ୍କ ର ମାର୍ଫତଦାର୍ ଦର୍ଶାଇ ଜୋର ଜବରଦସ୍ତି ମାଛ ଚାଷ ଆରମ୍ଭ କରିଥିଲେ। ପୋଖରି ଚାରିପଟେ ମାଟି ଉଠାଇ ପୋଖରୀ ଆଡିକୁ ନଷ୍ଟ କରିଦେଇଥିଲେ। ଲୋକମାନେ ଉତ୍ତର ପଟ ଓ ପୂର୍ବ ପଟ ଲୋକମାନେ ପୋଖରି ପାଣିରେ ପଶି ଯିବାଆସିବା କରୁଛନ୍ତି। ଅନ୍ୟ ଦୁଇପଟରେ ଚଳପ୍ରଚଳ କରିବା ପାଇଁ ପାଦ ଚଲା ରାସ୍ତା ଛଡ଼ା,ଅଧିକ ସ୍ଥାନ କିଛି ନାହିଁ। ଫଳରେ ଆମ୍ବୁଲାନ୍ସ ଓ ଫାଆର୍ ଗାଡ଼ି ଯିବା ଆସିବା କରିବାର କୌଣସି ସୁଯୋଗ ନାହିଁ। ସ୍ଥାନୀୟ ବାସିନ୍ଦା ଅତିଷ୍ଟ ହୋଇ ନୀଳଗିରି କୋର୍ଟ ର ଆଶ୍ରୟ ନେଇଥିଲେ। ଏହାର କେସ ନମ୍ବର ୧୭/୨୦୨୫ ମୂଳେ ସ୍ଥିତା ବସ୍ଥା ବଜାଇ ରଖିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଭଳି କୋର୍ଟ ଅର୍ଡର୍ ଦେଖି,
ଅପର ପକ୍ଷ ବିଚଳିତ ହୋଇଥିଲେ। ଏବଂ ଥାନାକୁ ଯାଇ ବିକଳ୍ପ ବ୍ୟବସ୍ଥା ପାଇଁ ପୋଲିସ ର ସହାୟତା ନେଇଥିଲେ। ମାତ୍ର ନୀଳଗିରି ପୋଲିସ କୋର୍ଟ ଆଦେଶକୁ ଠିକ୍ ଭାବରେ ବୁଝିନପାରି, ଯେଉଁ ବ୍ୟକ୍ତି ମାନେ ଆଡ଼ିକୁ
ନଷ୍ଟ କରିଥିଲେ,ସେହି
ବ୍ୟକ୍ତି ଙ୍କ ସପକ୍ଷ ରେ ଯାଇ ଏକ ତରଫା ବିଚାର କରି କ୍ଷତିଗ୍ରସ୍ତ ଲୋକମାନଙ୍କୁ ଥାନାକୁ ଡ଼କାଇ, ବ୍ୟକ୍ତି
7ଗତ ମୁଚାଲିକାରେ ସ୍ୱାକ୍ଷର କରାଇ ନେବା ପରେ, ୨୭ ତାରିଖ ରାତ୍ର ପ୍ରାୟ ୩ ଟା ସମୟରେ ପୋଲିସ ସହାୟତାରେ ମାଛ ଅପର ପକ୍ଷ ଧରି ନେଇଥିବା ଜଣାଯାଇଛି। ଏକ ସମ୍ବାଦଦାତା ସମ୍ମିଳନୀରେ ଏ ସମ୍ପର୍କରେ ଗ୍ରାମର ସମରେନ୍ଦ୍ର ମହାନ୍ତି, ମନୋରଞ୍ଜନ ମହାରଣା ଓ ଜଳଧର ବେହେରା ପ୍ରମୁଖ ଅତ୍ୟନ୍ତ କ୍ଷୋଭ ର ସହ କହିଛନ୍ତି । ଆଗାମୀ ଦିନରେ ଯଦି ନୀଳଗିରି ପୋଲିସ ଏଭଳି ଆକ୍ରୋଶ ମୂଳକ ପଦକ୍ଷେପ ଆମ ଉପରେ ଗ୍ରହଣ କରେ,ତେବେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି।




