ଶ୍ଳଗ:- ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟରେ ଅନିୟମିତତା ଓ ପିଲା ଚୋରି

👇समाचार सुनने के लिए यहां क्लिक करें

ମୁଖ୍ୟ ଚିକତ୍ସାଳରେ ଅନିୟମିତତା ଓ ପିଲା ଚୋରି ନେଇ ବଢୁଛି ଅସନ୍ତୋଷ l କିଛିଦିନ ତଳେ ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟରେ ଅଲଟ୍ରା ସାଉଣ୍ଡ ରିପୋର୍ଟ କୁ ନେଇ
ପିଲା ଚୋରି ଅଭିଯୋଗ ହୋଇଥିଲା l ବିଭିନ୍ନ ସମୟରେ ମୋବାଇଲ ଚୋରି,ପିଲା ଚୋରି ଓ ଚିକତ୍ସା ଅବହେଳା ନେଇ ଅଭିଯୋଗ କରୁଛନ୍ତି ରୋଗୀ ଏବଂ ପରିବାର l ତେବେ ଫୁଣି ବିଳମ୍ବିତ ରାତି ରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରୀ ଉଦ୍ୟମ ହୋଇଛି । ମା’ କୋଳରୁ କୁନି ପିଲାକୁ ଚୋରି କରିବା ଉଦ୍ୟମ କରୁଥିବାବେଳେ ଦୁଇ ମହିଳାଙ୍କୁ କାବୁ କଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣାକୁ ଦେଖି ସରକାରୀ ସ୍ୱାସ୍ଥ୍ୟ ବିଭାଗ ଉପରୁ ଅସ୍ଥା ହରାଉଛନ୍ତି ରୋଗୀ ଓ ପରିବାର l ସୂଚନା ଅନୁଯାଇ ବାଲେଶ୍ୱର ଭୋଗରାଇର ଆରୁଆବୁର୍ତି ଗାଁର ସାଗରିକା ଦାସ ଗତ ୧୭ତାରିଖରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କର ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଗତକାଲି ବିଳମ୍ବିତ ରାତି ସମୟରେ ଦୁଇ ଜଣ ଅଜଣା ମହିଳା ଆସି ତାଙ୍କ ନିକଟରୁ ପିଲାଟିକୁ ନେବାକୁ ଚେଷ୍ଟା କରିଥିଲେ। ପାର୍ଟି କରିବାରୁ ମେଡିକାଲରେ ଥିବା ଲୋକ ଦୋୖଡି ଆସିଥିଲେ। ଦୁଇ ମହିଳାଙ୍କୁ କାବୁ କରିଥିଲେ। ମେଡିକାଲରେ ଉତ୍ତେଜନା ଦେଖାଯାଇଥିଲା। ଟାଉନ ଥାନା ପୋଲିସ ମେଡିକାଲରେ ପହଞ୍ଚିବା ପରେ ଲୋକମାନେ ଅଭିଯୁକ୍ତ ଦୁଇ ମହିଳାଙ୍କୁ ପୋଲିସରେ ଜିମା ଦେଇଥିଲେ। ତେବେ ବାରମ୍ବାର ଅଭିଯୋଗ ସତ୍ୱେ ଜିଲ୍ଲା ପ୍ରଶାସନ ର ନୀରବତା ବିଭିନ୍ନ ପ୍ରଶ୍ନ ବାଚୀ

Sidha Sambad
Author: Sidha Sambad

Leave a Comment

और पढ़ें