ଜିଲ୍ଲାସ୍ତରୀୟ ଡାକମେଳା ଅନୁଷ୍ଠିତ। ସଞ୍ଚୟ ଓ ବୀମା ପରିବାରକୁ ସୁରକ୍ଷା ପ୍ରଦାନ କରେ:ଜିଲ୍ଲା ଡାକମଣ୍ଡଳ ଅଧିକାରୀ।

👇समाचार सुनने के लिए यहां क्लिक करें

ଜିଲ୍ଲାସ୍ତରୀୟ ଡାକମେଳା ଅନୁଷ୍ଠିତ। ସଞ୍ଚୟ ଓ ବୀମା ପରିବାରକୁ ସୁରକ୍ଷା ପ୍ରଦାନ କରେ:ଜିଲ୍ଲା ଡାକମଣ୍ଡଳ ଅଧିକାରୀ।
ନୀଳଗିରି -୨୯/୫(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ
ଔପଦା ବ୍ଲକ ଈଶ୍ବରପୁର ପଞ୍ଚାୟତ ଅଧୀନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଇଶ୍ୱରପୁର ଶାଖା ପୋଷ୍ଟମାଷ୍ଟର କମଳାକାନ୍ତ ମତ୍ତଗଜଙ୍କ ତତ୍ୱାବଧାନରେ ଏହି ଡାକମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆୟୋଜିତ ମେଳାରେ ବିଦ୍ୟାଳୟର ଅଧ୍ୟକ୍ଷ ସାଗରୀକା ପରିଡା ସ୍ୱାଗତ ଅଭିଭାଷଣ ରଖିଥିଲେ। ବାଲେଶ୍ୱର ଡାକ ମଣ୍ଡଳର ମୁଖ୍ୟ ଅଧିକାରୀ ଶ୍ରୀଗଣେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ମେଳାରେ ସୋରୋ ଡାକ ଉପମଣ୍ଡଳ ମୁଖ୍ୟ କୋରାଇ ଶ୍ରୀକାନ୍ତ, ଡାକବିଭାଗ ବୀମାବିକାଶ ଅଧିକାରୀ ଅମିତ କୁମାର ରାଉଳ, ଇଣ୍ଡିଆ ପୋଷ୍ଟପେମେଣ୍ଟ ବ୍ୟାଙ୍କ ଅଧିକାରୀ ଆଶ୍ରିବାଦ ନାୟକ ଏବଂ ଶ୍ରୀ ଅବିନାଶ ନାୟକ,ସୋର ଡାକବିଭାଗ ଉଭରସିୟର ଉମାକାନ୍ତ ବେହେରା, ପଙ୍କଜ ବିହାରୀ ପାଢ଼ୀ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥି ବେହେରା, ସିଦ୍ଧେଶ୍ବର ବିଶ୍ୱାଳ ଏବଂ ଈଶ୍ବରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାର ମଞ୍ଚାସିନ ରହି ବର୍ତ୍ତମାନ ସମୟରେ ଡାକବିଭାଗ କିଭଳି ଲୋକଙ୍କୁ ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଆଲୋକପାତ କରିବା ସହିତ ସମସ୍ତେ ଡାକବିଭାଗ ସହିତ ଜଡିତରହି ସମସ୍ତ ସରକାରୀ ସୁବିଧାସୁଯୋଗର ଲାଭ ଉଠାଇବା ପାଇଁ କହିଥିଲେ। ସଭାପତି ଶ୍ରୀଯୁକ୍ତ ସାହୁ ସଞ୍ଚୟ ଏବଂ ବୀମା, ପରିବାରର ଆର୍ଥିକ, ମାନସିକ ଦିଗକୁ ବିକାଶ କରିବା ସହିତ ପରିବାରକୁ ଏକ ସୁରକ୍ଷାଚକ୍ର ପ୍ରଦାନ କରୁଥିବା କାରଣରୁ ସମସ୍ତ ପରିବାରକୁ ଏନେଇ ଆଗ୍ରହ ପ୍ରକାଶ କରିବାପାଇଁ ଉପଦେଶ ଦେଇଥିଲେ ।ଏହି ଡାକ ମେଳାରେ ପଞ୍ଚାୟତର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ l

Sidha Sambad
Author: Sidha Sambad

Leave a Comment

और पढ़ें