ବରିଷ୍ଠ କଂଗ୍ରେସନେତାଙ୍କ ଦେହାନ୍ତ।

👇समाचार सुनने के लिए यहां क्लिक करें

୩୦/୫(ସିଧାସମ୍ବାଦ);
ନୀଳଗିରି ବ୍ଲକ ପିଠାହତା ପଂଚାୟତର ବରିଷ୍ଠ କଂଗ୍ରେସନେତା ତ୍ରିଲୋଚନ ବେହେରା ଓରଫ ରାଖାଲ ବେହେରାଙ୍କ ପରଲୋକରେ ନୀଳଗିରି କଂଗ୍ରେସ ପରିବାର ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି । ଶ୍ରୀଯୁକ୍ତ ବେହେରା ନୀଳଗିରି କଂଗ୍ରେସ ଦଳର ଜଣେ ପୁରୁଖା ତଥା ଆଗଧାଡିର ନେତାଥିଲେ।ଅକସ୍ମାତ ତାଙ୍କ ଦେହାନ୍ତରେ ନୀଳଗିରି କଂଗ୍ରେସର ବ୍ୟାପକ କ୍ଷତି ହୋଇଥିବା କଂଗ୍ରେସ ସୂତ୍ରରୁ ପ୍ରକାଶ। ଖବରପାଇ ତାଙ୍କ ପରିବାର ନିକଟରେ କଂଗ୍ରେସ ଯୁବନେତା ତଥା ସମାଜସେବୀ ତପନ ରାଉତ, ନୀଳଗିରି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଯଶୋଦାନନ୍ଦନ ସିଂହ, ପୂର୍ବତନ ସରପଂଚ ପିତାମ୍ବର ସିଂ, ଯୋଗେଶ୍ୱର ବେହେରା, ଉପେନ୍ଦ୍ର ବେହେରା, ସୁରେନ୍ଦ୍ର ଦାସ, କାର୍ତ୍ତିକ ପଶା, ପୂର୍ବତନ ପିସିସି ମେମ୍ବର ସଦାଶିବ ରଥ, ଚକ୍ରଧର ଦାସ, ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଅନାଦି ରାଉତ, ଛାତ୍ରନେତା ଅଶ୍ଵିନୀ ପାତ୍ର, ରତିକାନ୍ତ ବେହେରା , ଭାଗିରଥି ବେହେରା, ବାସନ୍ତୀ ସିଂ, ଅଶ୍ୱିନୀ ଦାସ, ବିଦ୍ୟାଧର ମହାନ୍ତି, ପୂର୍ବତନ ସରପଂଚ ପ୍ରଦୀପ ବେହେରା, ବସନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ସେ ଜଣେ ଦରଦୀ, ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें