ନୀଳଗିରି ସହରରେ ଶତାଧିକା ବିସ୍ତାପିତ ଙ୍କୁ ଗୃହ ପ୍ରଦାନ କେବେ ? ଅହେତୁକ ବିଳମ୍ବ ପାଇଁ ବଢୁଛି ଜନ ଅସନ୍ତୋଷ | କିଛି ଦୋକାନୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲେଣି | ଗୃହ ଭାଙ୍ଗି ପରିବାର ଥଇଥାନରେ ପ୍ରଶାସନ ବିଫଳ |

👇समाचार सुनने के लिए यहां क्लिक करें

ନୀଳଗିରି ସହରରେ ଶତାଧିକା ବିସ୍ତାପିତ ଙ୍କୁ ଗୃହ ପ୍ରଦାନ କେବେ ?
ଅହେତୁକ ବିଳମ୍ବ ପାଇଁ ବଢୁଛି ଜନ ଅସନ୍ତୋଷ |
କିଛି ଦୋକାନୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲେଣି |
ଗୃହ ଭାଙ୍ଗି ପରିବାର ଥଇଥାନରେ ପ୍ରଶାସନ ବିଫଳ |

ନୀଳଗିରି,୩୦/୫(ସିଧାସମ୍ବାଦ): ନୀଳଗିରି ହସ୍ପିଟାଲ ରୋଡ଼ରେ ଥିବା ଦୋକାନୀଙ୍କ ପାଖକୁ ଯାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ ଦୋକାନୀଙ୍କୁ ଥଇଥାନ କରିବା ନେଇ ପ୍ରତିଶୃତି ଦେଇଥିଲେ।ଚିହ୍ନଟ ପ୍ରକ୍ରିୟା ସରିବା ପରେ ଯାଇ ଉଚ୍ଛେଦ ତାପରେ ଥଇଥାନ କରିବା ପାଇଁ ଏନଏସି କୁ ଦିଆଯାଇଥିଲା।ହେଲେ କାହା ଚାପରେ ଚିହ୍ନଟ ପ୍ରକ୍ରିୟା ନସାରି ଅଧିକାରୀ ଜଣକ ତରବରିଆ ଭାବେ ଉଚ୍ଛେଦ କଲେ ଏନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସୂଚନା ମୁତାବକ ନୀଳଗିରି ହସ୍ପିଟାଲ ରୋଡ଼ରେ ୩୧ ଟି ଦୋକାନୀ ରହିଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନୀ ମାନଙ୍କ ଉଚ୍ଛେଦ ଆବଶ୍ୟକ ଵୋଲି ପ୍ରଶାସନ କହିଥିଲା।ଏପରିକି ସାଂସଦ ପ୍ରତାପ ଷଡ଼ଙ୍ଗୀ,ବିଧାୟକ ସନ୍ତୋଷ ଖଟୁଆ,ଉପଜିଲ୍ଲାପାଳ ଶୁଭଶ୍ରୀ ରଥ,ତହସିଲଦାର ସୋନମ ଦାସ ନିଜେ ଯାଇ ବଜାର ବୁଲିବା ସହ ଦୋକାନ ଚିହ୍ନଟ ପ୍ରକ୍ରିୟା ପରେ ଦୋକାନୀ ମାନେ ନିଜେ ନିଜେ ଉଠି ଯିବାକୁ କହିଥିଲେ।ପରେ ସେମାନଙ୍କୁ ରାସ୍ତା କାର୍ଯ୍ୟ ସରିଲେ ପଛକୁ ଅନେକ ଜାଗା ଥିବାବେଳେ ସେମାନଙ୍କୁ ଥଇଥାନ କରାଯିବାକୁ ପ୍ରତିଶୃତି ଦିଆଯାଇଥିଲା।ଗତ ୧୩ ତାରିଖ ରିଖରେ ଦୋକାନୀଙ୍କ ଚିଠା ପ୍ରସ୍ତୁତ କରାଯାଇ ୨୨ ତାରିଖରେ ଦିଆଯାଇଥିଲା।ହେଲେ ଦୋକାନୀ ଚିଠା ନଦେଇ ଗତ ୧୪ ତାରିଖରେ ଉଚ୍ଛେଦ ପାଇଁ ଏକ ନୋଟିସ ଦିଆଯାଇଥିଲା।ଯାହା ୨୦ ତାରିଖରେ କମିଟିର ସଭାପତି ପାଇଥିଲେ।ହେଲେ ଆଶ୍ଚର୍ଯ୍ୟଜନକ ଭାବେ ନୋଟିସ ଦୋକାନୀ ଉଛେଦ ନକରିବାରୁ ପୁଣି ୧୯ ତାରିଖ ପଛ ତାରିଖ ପକାଇ ଏକ ସାନି ନୋଟିସ କରି ଜେସିବି ମେସିନ ଦ୍ୱାରା ୨୨ ତାରିଖରେ ଘର ଭାଙ୍ଗିଦେବା ନେଇ ଧମକ ଦିଆଯାଇଥିଲା।ଏପରିକି ଅନେକ ଦୋକାନୀ ନୋଟିସ ପାଇ ନଥିବା ବେଳେ କିଭଳି ତାଙ୍କ ଦୋକାନ ଭାଙ୍ଗିଲେ ଏନେଇ ଏବେ ପ୍ରଶ୍ନ ଉଠିଛି।କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି, ଦୋକାନ ଘର ଉତ୍କଚ ନେଇ ବାଣ୍ଟିବା ପାଇଁ ଯେଉଁ ଆଶା ବାନ୍ଧି ରଖିଥିଲେ ତାହା ଫସର ଫାଟି ଯାଇଥିବାରୁ ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟ ମିଛ କହି ଭାଙ୍ଗିବା ଓ ଚାପ ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି | ସକାଳେ ମେସିନ ଲଗାଇ ଏନଏସି ଭାଙ୍ଗିବା ପାଇଁ ସକାଳେ ପହଁଚି ଯାଇଥିଲା।ସତେ ଯେଭଳି ଲାଗୁଥିଲା ସହର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅଧିକାରୀ ଶପଥ ନେଇଛନ୍ତି।ତିନିପୁଅ କୁ ହରାଇଥିବା ଗୀତାଞ୍ଜଳି ନାମକ ବିଧବା ମହିଳା ଘରଟି ଖୋଲିପାରିନଥିବା ବେଳେ ତାଙ୍କ ଘରଟି ଭାଙ୍ଗି ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ କରିବା ପରେ ମହିଳା ଜଣକ କାନ୍ଦିକାନ୍ଦି ଖରାରେ ନିଜର ଭାଗ୍ୟକୁ ଆଦରି ପଡିରହିଥିଲେ।ଅନ୍ୟ ଦୋକାନୀ ମାନେ ସହଯୋଗର ହାତ ବଢ଼ାଇ ଥିବାବେଳେ ସେପଟେ ଯାଉଥିବା ପୁର୍ବତନ ବିଧାୟକ ସୁକାନ୍ତ ନାୟକ ତାଙ୍କୁ ଗାଡିଭଡା ପାଇଁ କିଛି ଅର୍ଥ ଦେଇ ସହଯୋଗ କରିଥିଲେ।ତେବେ ପ୍ରଶାସନ କିମ୍ବା ନେତା କଥା ଦେଇ କଥା ନରଖିବା ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ନୀଳଗିରି ଏନଏସି ପକ୍ଷରୁ ଗତ ୩ ବର୍ଷ ତଳେ ଗୋପବନ୍ଧୁ ଛାତ୍ରାବାସ ପାଖ ଦୋକାନ, ବଜ଼ାର ର ମଧ୍ୟସ୍ଥଳୀ ରେ ଥିବା ଦୁର୍ଗାମଣ୍ଡପ ପାଖ ଦୋକାନକୁ ଭାଙ୍ଗିଦେବା ପରେ ଦୁଇ ରୁ ତିନି ମାସ ଭିତରେ ନୂତନ ପକ୍କା ଗୃହ ନିର୍ମାଣ କରି ବିସ୍ତାପିତ ଦୋକାନୀଙ୍କୁ ଥଇଥାନ ପାଇଁ ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା | ହେଲେ ତିନି ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ଗୃହ ନିର୍ମାଣ ଅଧା ପନ୍ତରିଆ ହୋଇ ପଡ଼ିରହିଛି | ଉକ୍ତ ଘର କାନ୍ଥରେ ବର ଓ ଅଶ୍ଵସ୍ଥ ବୃକ୍ଷ ଉଠିଲାଣି | ଏମିତିକି କିଛି ଦୋକାନୀ ଘର ପାଇବା ଆଶା ମଉଳି ଗଲା ପରେ ନିରୁପାୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଗଲେଣି | ପ୍ରଶାସନର ପ୍ରତିଶ୍ରୁତି ପାଣିରେ ଗାର ପାଲଟିଛି | ଅନ୍ୟ ଦିଗରେ ସର୍ବୋତ୍ତମ ନ୍ୟାୟାଳୟ ର ଆଇନ ଅନୁଯାଇ ପ୍ରଥମେ ଥଇଥାନ, ପରେ ଉଛେଦ ଥିବା ବେଳେ ନୀଳଗିରି ପ୍ରଶାସନ ଏହି ଆଇନ କୁ ଅବମାନନା କରିଛି | ଏବେ ପୁଣି ମେଡିକାଲ ପାର୍ଶ୍ୱରେ ଥିବା ଦୋକାନୀଙ୍କ ଦୋକାନ ଘର ଭଙ୍ଗାଯିବା ପରେ କେବେ ଦୋକାନ ଘର ନିର୍ମାଣ ହେବ ଏବଂ ବିସ୍ଥାପିତଙ୍କୁ କେବେ ନୂତନ ଘର ମିଳିବ ଏନେଇ ଆଶଙ୍କା ପ୍ରକାଶ ପାଇଛି | ତେବେ ଯୁଧ୍ୟକାଳୀନ ଭିତରେ ପ୍ରଶାସନ ଗୃହ ନିର୍ମାଣରେ ଯଦି ବିଫଳ ହୁଏ ତେବେ ସମସ୍ତ ବିସ୍ତାପିତ ଦୋକାନୀ ଆନ୍ଦୋଳନା ତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କମିଟି ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें