କଂଗ୍ରେସର ଦୁଇ ଦିବଙ୍ଗତ ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭା |

👇समाचार सुनने के लिए यहां क्लिक करें

କଂଗ୍ରେସର ଦୁଇ ଦିବଙ୍ଗତ
ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭା |

ନୀଳଗିରି, ୧/୫ (ସିଧାସମ୍ବାଦ); ନୀଳଗିରି କଂଗ୍ରେସ୍ ଭବନରେ ଦୁଇ କଂଗ୍ରେସ୍ ବରିଷ୍ଠ ନେତା ସ୍ବର୍ଗତ ପ୍ରଫୁଲ୍ଲ ବେହେରା ଓ ସ୍ବର୍ଗତ ତ୍ରିଲୋଚନ ବେହେରା ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଅପରାହ୍ନ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଉଭୟ ସ୍ବର୍ଗତ ନେତା ଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା | ତାଙ୍କ ଆତ୍ମାର ସଦଗତୀ ନିମନ୍ତେ ଭଗବାନ ଙ୍କ ନିକଟରେ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ତାଙ୍କର ସ୍ମୃତିଚାରଣ କରାଯାଇଥିଲା | ଏହି ଦୁଇ ଦିବଙ୍ଗତ ନେତାଙ୍କ କାର୍ଯ୍ୟ ଧାରା ଏବଂ ଦଳ ସୃଦୁଢ କରିବାରେ ଭୂମିକା ଅନନ୍ୟ ଥିଲା ବେଳେ ଏଭଳି ନେତାଙ୍କ ଅକାଳ ବିୟୋଗରେ କଂଗ୍ରେସ ଦଳର ଅପୂରଣୀୟ କ୍ଷତି ହୋଇଛି, ଯାହାକି ତାଙ୍କ ସ୍ଥାନ କେହି ନେଇପାରିବେନାହିଁ ବୋଲି ଉପସ୍ଥିତ ବରିଷ୍ଠ ନେତୃତ୍ୱ ମତବ୍ୟକ୍ତ କରିଥିଲେ | ଆଜିର ସ୍ମୃତି ସଭାରେ ପୂର୍ବତନ ବରିଷ୍ଠ ପିସିସି ସଦସ୍ୟ ଶ୍ରୀଯୁକ୍ତ ସଦାଶିବ ରଥ ସଭାପତିତ୍ବ କରିଥିବାବେଳେ ନୀଳଗିରି ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣ କଂଗ୍ରେସ ର ବହୁ ତୁଙ୍ଗ ନେତା ଓ କର୍ମୀ , ଯୁବ କଂଗ୍ରେସ୍, ଛାତ୍ର କଂଗ୍ରେସ୍, ମହିଳା କଂଗ୍ରେସ୍, ଉପସ୍ଥିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାର ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଯୋଶଦା ନନ୍ଦନ ସିଂହ, ସମାଜସେବୀ ତଥା ଯୁବନେତା ତପନ କୁମାର ରାଉତ ,
ବ୍ଳକ ସଭାପତି ମନୋରଞ୍ଜନ ପଣ୍ଡା ,
ନୀଳଗିରି ଏନଏସି ସଭାପତି ଉପେନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ପିତାମ୍ବର ସିଂ, ଉମାକାନ୍ତ ବୁଗୁଡ଼ାଇ , ଦଇତାରୀ ମହାଳିକ, ପ୍ରଦୀପ ବେହେରା , ଉମେଶ କୁମାର ଧଳ, ବସନ୍ତ ମହାପାତ୍ର, ପ୍ରଫୁଲ୍ଲ ରାଉଳ, ଶ୍ରୀକାନ୍ତ ବେହେରା, ସୁରେନ୍ଦ୍ର ଦାସ, ଜ୍ଞାନ ପାତ୍ର, ବାସୁଦେବ ପାତ୍ର, ଯୋଗେଶ୍ୱର ବେହେରା, ଜୟନ୍ତ ଦାସ, ଅଶ୍ଵିନୀ କୁମାର ପାତ୍ର, ପତିତ ପାବନ ଦାସ, ସତ୍ୟବାନ୍ ମଢ଼େଈ,ପ୍ରମୋଦ ମହାଳିକ, ବାସନ୍ତୀ ସିଂ, ବସନ୍ତ ଜେନା, କାର୍ତ୍ତିକ ଚନ୍ଦ୍ର ପୋଇ ଓ କଂଗ୍ରେସର ବହୁ ନେତୃବୃ୍ଦ ଉପସ୍ଥିତ
ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें