ବାବା ସିଦ୍ଧେଶ୍ୱର ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ।

👇समाचार सुनने के लिए यहां क्लिक करें

ବାବା ସିଦ୍ଧେଶ୍ୱର ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ।

ନୀଳଗିରି, ୧/୬(ସିଧାସମ୍ବାଦ); ଔପଦା ବ୍ଲକ୍ ଅନ୍ତର୍ଗତ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବଡ଼ଅତା ଗ୍ରାମରେ ଥିବା ବାବା ସିଦ୍ଧେଶ୍ୱରଙ୍କ ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ପୂଜକ ପଦ୍ମଲୋଚନ ଶତପଥୀ ସମସ୍ତ ଗ୍ରାମବାସୀଙ୍କ ମଙ୍ଗଳ କାମନା ପାଇଁ ଶିବଙ୍କ ରୁଦ୍ରାଭିଷେକ, ୧୦୮ ଦେବାଦେବୀଙ୍କୁ ଆହୁତି ଅର୍ପଣ, ଚଣ୍ଡୀପାଠ କରିଥିଲେ | ଭଗବାନ ମଲ୍ଲିକ ବକ୍ତା ଭାବେ ଯୋଗଦେଇ ଗୀତା, ଭାଗବତ ଏବଂ ରାମ ଚରିତ ମାନସ ଆବୃତ୍ତି କରିଥିଲେ। ରତିକାନ୍ତ ପ୍ରଧାନ ମଣ୍ଡପରେ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଦ୍ୱିତୀୟ ବାର୍ଷିକ ଉତ୍ସବ ବଡ଼ଅତା ଗ୍ରାମ ପାଇଁ କେବଳ ଧାର୍ମିକ ଅବସର ନୁହେଁ ବରଂ ଏହା ସାମୂହିକ ଏକତା, ସଂସ୍କୃତି ଓ ସାଧନାର ଏକ ଉଜ୍ଜ୍ୱଳ ପ୍ରତୀକ ରୂପେ ଦୃଢ଼ ଅବସ୍ଥାନ ନେଇଥିଲା। ଏହି ଉତ୍ସବରେ ଆୟୋଜିତ ଯଜ୍ଞ କାର୍ଯ୍ୟକ୍ରମରେ ମହିଳା, ପୁରୁଷ, ବୃଦ୍ଧ, ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଲୋକଙ୍କ ଧାର୍ମିକ ଅନୁଭୂତିକୁ ଚିହ୍ନଟ କରାଯାଇଥିଲା । ସାଂସ୍କୃତିକ ଅଂଶ ଭାବେ ଆୟୋଜିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଏବଂ ଅତିଥିମାନେ ମନ୍ଦିରର ଅନ୍ତର୍ଗତ ପବିତ୍ର ଆତ୍ମସ୍ପର୍ଶକୁ ଅନୁଭବ କରି ଭଗବାନଙ୍କ ପ୍ରତି ନିଜର ଭକ୍ତି ଓ ସମର୍ପଣ ଜଣାଇବା ସହ ପ୍ରସାଦ ସେବନର ଆନନ୍ଦ ଲାଭ କରିଥିଲେ। ଗ୍ରାମବାସି ଙ୍କ ମିଳିତ ଅବଦାନ ରେ ପ୍ରତିଷ୍ଠିତ ହୋଇଥିବା ଏହି ପବିତ୍ର ମନ୍ଦିର ଆଜି ଅନେକ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ଭକ୍ତି, ଆସ୍ଥା ଓ ସମ୍ମାନର ଯୋଗ୍ୟ କେନ୍ଦ୍ର ହୋଇଉଠିଛି । ଭବିଷ୍ୟତରେ ଏହି ବାର୍ଷିକୀ ଉତ୍ସବ ଏକ ନିୟମିତ ଧାର୍ମିକ ତିଥିର ରୂପ ନେବା ସମ୍ଭାବନା ରହିଛି, ଯାହା ଗ୍ରାମର ଏକତା, ଆଧ୍ୟାତ୍ମିକତା ଓ ନୈତିକ ମୂଲ୍ୟବୋଧକୁ ସୁଦୃଢ କରିବ। ଏହି ପବିତ୍ର ଅବସର ଏହି ମନ୍ଦିରକୁ ଅଧିକ ଲୋକପ୍ରିୟ ଓ ଧାର୍ମିକ କେନ୍ଦ୍ର ରୂପେ ଗଢିବା ସହ ଗ୍ରାମ ଉନ୍ନତିରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ ବୋଲି ଗ୍ରାମବାସୀ ଭଗବାନଙ୍କ ନିକଟରେ ଅଭିଳାଷ ଜଣାଇଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें