ଅପରେସନ ସିନ୍ଦୁର ବିଜୟ ଉତ୍ସବ ଉଦ୍ଦେଶ୍ୟରେ ନୀଳଗିରି ଅବସରପ୍ରାପ୍ତ କର୍ମଚାରୀ ସଂଘର ଶୋଭାଯାତ୍ରା।
ନୀଳଗିରି -୬/୬, (ସିଧାସମ୍ବାଦ);
ଆତଙ୍କବାଦୀ ଆକ୍ରମଣରେ ନିର୍ଦୋଷୀ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀଙ୍କ ବର୍ବୋରଚିତ ନରସଂହାର ବିରୋଧରେ ଭାରତୀୟ ସେନାର ଅପରେସନ ସିନ୍ଦୁରର ବିଜୟ ଉତ୍ସବ ସମଗ୍ର ଦେଶ ପାଳନ କରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ନୀଳଗିରି ଅବସରପ୍ରାପ୍ତ କର୍ମଚାରୀସଂଘ ତରଫରୁ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ସଂଘର ବର୍ଷୀୟାନ ସଦସ୍ୟ ତଥା ସଂଘର ସମ୍ପାଦକ ମାୟାଧର ମହାନ୍ତିଙ୍କ ନେତୃତ୍ୱରେ ଦେବେନ୍ଦ୍ର ପ୍ରଧାନ, ଦୟାନିଧି ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ରଧାମଧବ କାନୁନଗୋ, ରମାକାନ୍ତ ନାୟକ, ସରସ୍ଵତୀ ପଣ୍ଡା, ବାସନ୍ତୀ ପଣ୍ଡା, ନିୟତି ମହାନ୍ତି, ଜୟନ୍ତ କୁମାର ଷଡଙ୍ଗୀ, ନିରଞ୍ଜନ ପାଢ଼ୀ, ମହେନ୍ଦ୍ର ବେହେରା, ଦୈତାରି ବାରିକ, ପ୍ରଫୁଲ୍ଲ ସେଠୀ, ନେତ୍ରାନନ୍ଦ ବିଶ୍ୱାଳ, ଘନଶ୍ୟାମ ସେଠୀ, କଟି ସିଂ, ରବୀନ୍ଦ୍ର ମହାଳିକ, ଲକ୍ଷ୍ମୀଧର ସ୍ୱାଇଁ, ଗୌରାଙ୍ଗ ପଟ୍ଟନାୟକ, ରତ୍ନାକର ଶତପଥି, ଭାସ୍କର ଚନ୍ଦ୍ର ସାହୁ, ନାରାୟଣ ପ୍ରସାଦ ଜେନା, ବରୁଣରାମ ମିଶ୍ର ପ୍ରମୁଖ ବହୁ ଅବସରପ୍ରାପ୍ତ କର୍ମଚାରୀ ସାମିଲ ହୋଇ ଦେଶପ୍ରେମର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା।
8




