ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୬ତମ ଶ୍ରାଦ୍ଧୋତ୍ସବ ପାଳିତ |

👇समाचार सुनने के लिए यहां क्लिक करें

ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୬ତମ ଶ୍ରାଦ୍ଧୋତ୍ସବ ପାଳିତ |

ନୀଳଗିରି,୬/୬(ସିଧାସମ୍ବାଦ); ନୀଳଗିରି ଗୁରୁକୂଳ ଭବନରେ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଶିକ୍ଷକ ଜାତିର ତ୍ରାଣକର୍ତା ବୋଲି କୁହାଯାଉଥିବା ବନମାଳୀ ବ୍ରହ୍ମଚାରୀଙ୍କ ଜିଲ୍ଲାସ୍ତରୀୟ ୩୬ତମ ଶ୍ରାଦ୍ଧୋତ୍ସବ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏଥିରେ ନୀଳଗିରି ଓ ଔପଦା ଶିକ୍ଷା ବିଭାଗରୁ ଅବସର ପ୍ରାପ୍ତ ୩୫ରୁ ଅଧ‌ିକ ଶିକ୍ଷକ ଓ ୨୦ରୁ ଉର୍ଦ୍ଧ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମୀ ଯୋଗ ଦେଇ ବ୍ରହ୍ମଚାରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସଂଗଠନର ସଭାପତି ଗୌରାଙ୍ଗ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରାଦ୍ଧ ସଭାରେ ସଂଘର ସମ୍ପାଦନ ବସନ୍ତ କୁମାର ଖୁଣ୍ଟିଆ ତମାମା ଜୀବନ ଶିକ୍ଷକମାନଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ଏବଂ ଅଫେରା ରାଇଜରୁ ଥାଇ ସେ ଆମ କଥା ଚିନ୍ତା କରୁଥିବେ ନିଃସନ୍ଦେହ ବୋଲି
ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରେ ଏକ କବିତା ମାଧ୍ୟମରେ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ରାଜ୍ୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ଏକ କବିତା “ସଂଘ ବଂଚିବ କିପରି ?” ଉପସ୍ଥିତ ଗୁରୁଜୀମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଅନ୍ୟାମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ସାରଥି ବେହେରା, ବାସୁଦେବ ନାୟକ, ଅଜୟ ମହାପାତ୍ର, ସୁରେନ୍ଦ୍ର ପୃଷ୍ଟି, ରବିନ୍ଦ୍ର ବେହେରା, ନିରଞ୍ଜନ ରାଉତ, ନିରଞ୍ଜନ ବିଶ୍ଵାଳ, ଭାବ ବିହ୍ବଳ ବକ୍ତବ୍ୟ ପ୍ରଦାନ କରିଥିଲେ । ବନମାଳୀ ବ୍ରହ୍ମଚାରୀ ଅମର ରହେ, ଶିକ୍ଷକ ସଂଘ ଜିନ୍ଦାବାଦ ଧ୍ଵନୀରେ ଗୁରୁକୁଳ ଭବନ ପ୍ରକମ୍ପିତ ହୋଇ ଉଠିଥିଲା । ଶିକ୍ଷାବିତ୍ ତଥା ସଂଘପ୍ରେମୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ସାରଗର୍ଭକ ବକ୍ତବ୍ୟ ସମସ୍ତଙ୍କ ଚକ୍ଷୁରେ ଲୋତକ ଭରି ଦେଇଥିଲା । ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନ‌କରି ଉପସ୍ଥିତ ଥିବା ବ୍ରହ୍ମଚାରୀ ପ୍ରେମୀ ବନ୍ଧୁମାନଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ । ସର୍ବଶେଷରେ
ଭାଗବତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें