ନା ବାଳିକାକୁ ସମ୍ପର୍କୀୟ ଭିଣୋଇର ବଳାତ୍କାର ଅଭିଯୋଗ | ଅଭିଯୁକ୍ତ ଥାନାରେ ଅଟକ ।
ନୀଳଗିରି- ୬/୬(ସିଧାସମ୍ବାଦ);
ଯୁକ୍ତଦୁଇରେ ପଢ଼ୁଥିବା ଜୈନିକା ନାବାଳିକାକୁ ଥଣ୍ଡା ପିଇବାକୁ ଡାକିନେଇ ସମ୍ପର୍କୀୟ ଭିଣୋଇ ବଳାତ୍କାର କରିଥିବାର ନୀଳଗିରି ଥାନାରେ ଅଭିଯୋଗ ହୋଇଛି।ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଞ୍ଚଳରେ ଜୈନିକ ନାବାଳିକା ନିଜଘର ସାମ୍ନାରେ ଠିଆ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନସ୍ଥ ଆରପଟା ଗ୍ରାମର ସାଧୁ ବିନ୍ଧାଣୀର ପୁଅ ରାଜେନ୍ଦ୍ର ବିନ୍ଧାଣୀ ଯିଏକି ଉକ୍ତ ନାବାଳିକାର ସମ୍ପର୍କୀୟ ଭିଣୋଇ ଯୁବତୀଙ୍କ ନିକଟକୁ ଆସି ଥଣ୍ଡା ପିଇବାକୁ ଡ଼ାକିନେଇ ବଳାତ୍କାର କରିଥିଲା। ଘଟଣା ବାବଦରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ପରେ ନାବାଳିକା ଯୁବତୀ ଜଣକ ପରିବାର ନିକଟରେ ସମସ୍ତ ଘଟଣା କହିବାପରେ ପରିବାର ଲୋକ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଯୋଧ୍ୟା ଫାଣ୍ଡି ଅଧିକାରୀ ସରୋଜ ଦାସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏନେଇ ନୀଳଗିରି ଥାନାରେ ୨୦୫/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବେଳେ ନାବାଳିକାର ଡାକ୍ତରୀମାଇନା କରାଯାଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।



