ଡିଭାଇନ ଟ୍ୟୁଟୋରିଆଲ ପକ୍ଷରୁ ମେଗା ରକ୍ତଦାନ ଶିବିର |

👇समाचार सुनने के लिए यहां क्लिक करें

ଡିଭାଇନ ଟ୍ୟୁଟୋରିଆଲ ପକ୍ଷରୁ ମେଗା ରକ୍ତଦାନ ଶିବିର |
୪୪ ୟୁନିଟ ରକ୍ତ ସଂଗୃହିତ |

ନୀଳଗିରି,୮/୬(ସିଧାସମ୍ବାଦ); ନୀଳଗିରି ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଭାଇନ ଶିକ୍ଷାନୁଷ୍ଠାନ ଏବଂଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଦିବା ୯ଘଟିକା ସମୟରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଖଣ୍ଡ ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ
ଶିବିରକୁ ଉଦ୍ଘାଟନ କରିଥିଲେ | ଏହି ଅବସରରେ ଶ୍ରୀଯୁକ୍ତ ମହାଳିକ ଙ୍କୁ ପୁଷ୍ପାଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ନୀଳଗିରି ଉପଖଣ୍ଡ ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ତ୍ରିନାଥ ପାଲ ଉପସ୍ଥିତରେ ରକ୍ତ ସଂଗ୍ରହ କରାଯାଇଥିଲା | ଏଥିରେ ନୀଳଗିରି ଡାକ୍ତର ଖାନାର ନର୍ସ ମଞ୍ଜରୀ ବେହେରା, ଏଲଟି ରାଜେଶ କୁମାର ଦାସ, ସରୋଜ କୁମାର ପଶା,ଡିଆଇଏମ ସଂଗ୍ରାମ ମହାପାତ୍ର ଓ ଡ୍ରାଇଭର ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବେଛା ସେବୀଙ୍କ ପାଖରୁ ରକ୍ତ ସଂଗ୍ରହ କରିଥିଲେ। ଡିଭାଇନ ଟ୍ୟୁଟୋରିଆଲ୍ ର ପରିଚାଳକ ତଥା ଡିଭାଇନ ଶିକ୍ଷାନୁଷ୍ଠାନ ଏବଂ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଉପସ୍ଥିତିରେ ଏହି ରକ୍ତ ଦାନ ଶିବିରକୁ ପରିଚାଳନା କରିଥିଲେ | ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଶ୍ରୀଯୁକ୍ତ ମହାପାତ୍ର ସମସ୍ତ ରକ୍ତଦାତା,
ଅତିଥି,ରକ୍ତଦାତା ଅଧିକାରୀ, ‘ ଦିଶା ‘ ର ସମସ୍ତ ସଦସ୍ୟ, ଟ୍ୟୁଟୋରିଆଲ୍ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें