ଆନ୍ତର୍ଜାତିକ ସମବାୟ ଦିବସରେ ଏସ୍ ଏସ୍ ପୁର ସେବା ସମବାୟ ସମିତି ସଭାପତି ଙ୍କୁ ରାଜ୍ୟ ପାଳ ଦ୍ୱାରା ସମ୍ବର୍ଦ୍ଧିତ।
ନୀଳଗିରି,୮/୬(ସିଧାସମ୍ବାଦ);
ଆଜି ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଭୁବନେଶ୍ୱର ରେ ସ୍ୱତନ୍ତ୍ର ଭାବେ ରାଜଧାନୀ ଭୁବନେଶ୍ବର ରାଜ ଭବନଠାରେ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ସମାରୋହରେ ରାଜ୍ୟପାଳ ଆର. ସି. ଏସ, ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତସାମନ୍ତ, କମିଶନର ଯୋଗ ଦେଇ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି ଆନ୍ତର୍ଜାତିକ ସମବାୟ ସମାରୋହରେ ପ୍ରତି ଜିଲ୍ଲା ରୁ ୨ଟି ଲେଖାଁଏ ସମିତି କୁ ନିମନ୍ତ୍ରଣ କରାଯାଇଥିଲା।ଉକ୍ତ ସମାରୋହରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ର ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମିତିକୁ ନିମନ୍ତ୍ରଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଶ୍ୟାମସୁନ୍ଦରପୁରପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଙ୍କୁ ରାଜ୍ୟପାଳ ମାନପତ୍ର ଓ ବ୍ୟାଚ ଦେଇ ସମ୍ମାନିତ କରାଯାଇଥିବା ଜଣାପଡିଛି।ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଦାସ ଙ୍କ ସହିତ ସମିତି ରସଭ୍ୟ ପୁରସ୍ତମ୍ଭ ସେଠୀ, ସମିତି ର ସମ୍ପାଦକ ଗଦାଧର ପାତ୍ର, ନୀଳଗିରି ଏ ଆର ସିଏସ କାର୍ଯ୍ୟ ଳୟର କ୍ଷେତ୍ର କର୍ମଚାରୀ ବିଭୂତି ଭୂଷଣ ବାରିକ ପ୍ରମୁଖ ସମାରୋହରେ ଯୋଗ ଦେଇ ଥିବା ଜଣାପଡିଛି।







