Day: June 8, 2025

ରାଜ୍ୟରେ ପ୍ରଥମ ଥର ପାଇଁ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍‌ର ଆୟୋଜନ କରାଯାଇଥିଲା। ତୃଣମୂଳ ସ୍ତରରୁ ଓଡ଼ିଶାର ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେହି ଲକ୍ଷ୍ୟରେ ସିଏମ୍ ଟ୍ରଫି ଚାମ୍ପିୟାନସିପ୍‌ର ଆୟୋଜିତ ହୋଇଥିଲା। ଆଜି ଏହି ଟୁର୍ନାମେଣ୍ଟ ସମାପ୍ତ ହୋଇଛି। ବିଜୟୀ ଦଳ ବରଗଡ଼ ଏଫସି ଏବଂ ଏହି ଚାମ୍ପିୟାନସିପ୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସିଏମ୍ ଟ୍ରଫି ଚାମ୍ପିୟାନସିପ୍ ନିଶ୍ଚିତ ରୂପେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିପାରିଛି। ଏହି ଚାମ୍ପିୟାନସିପ୍‌ରୁ ଶ୍ରେଷ୍ଠ ୧୦୦ଜଣ କ୍ରୀଡ଼ାବିତମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିସହିତ ଆଗାମୀ ଦିନରେ ବିଭିନ୍ନ କ୍ରୀଡ଼ା ଯଥା ଆଥଲେଟିକ୍ସ, ବ୍ୟାଡ଼ମିଣ୍ଟନ, ଖୋଖୋ, କବାଡ଼ି, ହକି ଓ ଅନ୍ୟାନ୍ୟ କ୍ରୀଡ଼ାକୁ ମଧ୍ୟ ସିଏମ୍ ଟ୍ରଫି ଚାମ୍ପିୟନ୍‌ସିପ୍‌ରେ ସାମିଲ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ଆଜିର ସିଏମ୍ ଟ୍ରଫି ଚାମ୍ପିୟାନସିପ୍‌ର ଫାଇନାଲ