ଦିନ କେଇଟା ପରେ ବିଶ୍ଵନିୟନ୍ତା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା,ଏହାକୁ ନେଇ ପୁରୀ ବଡ଼ଦାଣ୍ଡ ଚଳାଚଞ୍ଚଳ ହୋଇଉଠିଥିବା ବେଳେ ବୋଲଗଡ଼ର ଗଡ଼ ସାହିରେ ଅବିକଳ ତିନିରଥ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚିଛି। କିନ୍ତୁ ପୁରୀ ରଥ ପରି ଅବିକଳ ରଥ ଦେଖାଯାଉଥିଲେ ସୁଦ୍ଧା ଏହା ତା ତୁଳନାରେ ବହୁତ ଛୋଟ । ଏହାର କାରିଗର ହେଉଛନ୍ତି କୁନି ପିଲା । କୁନି ପିଲାଙ୍କ କୁନି ରଥକୁ ନେଇ ଏବେ ବୋଲଗଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କୁନି ପିଲାମାନେ ନିଜର ଅପୂର୍ଵ କାରିଗରୀ ମାଧ୍ୟମରେ ତିନି ରଥକୁ ପ୍ରସ୍ତୁତ କରିଛନ୍ତି । ସୂକ୍ଷ୍ମ କାରୁକାର୍ଯ୍ୟ ନିର୍ମିତ ରଥ ଦେଖିବାକୁ ଅତି ସୁନ୍ଦର ଏବଂ ଚିତ୍ତାକର୍ଷକ ହୋଇଛି। କାଠ ବାଉଁଶ ପଟା କାଗଜ ରଙ୍ଗ କପଡାର ସମ୍ମିଳତରେ ଏହି ରଥକୁ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପରେ ଏହି ପିଲାମାନେ ଖରା ଛୁଟିରେ ସମୟକୁ ସଦୁପଯୋଗ କରି ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ କୁନି ରଥ ନିର୍ମାଣ କରିବାକୁ ମନ ବାଳାଇଥିଲେ l
ଏନେଇ ଅକ୍ଷୟ ତୃତୀୟ ଦିନ ଠାରୁ ଏହି ରଥ ପ୍ରସ୍ତୁତିରେ ଲାଗିପଡିଛନ୍ତି ପିଲାମାନେ। ଏହାକୁ ନେଇ ରଥଯାତ୍ରା ଦିନ ଏହି ରଥକୁ ବୋଲଗଡ ବଡ଼ ଦାଣ୍ଡରେ ଗଡ଼ାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିବାକୁ ଆଶା ରଖିଛନ୍ତି ଏମାନେ। ଏପଟେ ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ ଭାଇଙ୍କ ରଥର ଉଚ୍ଚତା ପାଞ୍ଚ ଫୁଟ ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥର ଉଚ୍ଚତା ସାଢେ ୪ ଫୁଟ ରହିଛି । ସେଭଳି ନାହାକା, ଘୋଡା, ଚକ, ଆଖ, ଅର, ଅଇ ସାରଥୀ ମଧ୍ୟ ରଥରେ ସ୍ଥାନ ପାଇଛନ୍ତି ଏବଂ ଦେଖିବାକୁ ବେଶ ଆକର୍ଷଣୀୟ ମଧ୍ୟ ଲାଗୁଛନ୍ତି । ଏଥିପାଇଁ ୮ ଜଣ ପ୍ରାୟ ପାଞ୍ଚରୁ ଛଅ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ଏଥିରେ ତାଙ୍କର ପିତାମାତାଙ୍କ ସହଯୋଗ ରହିଥିବା ସେମାନେ କହିଛନ୍ତି । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲୋକଙ୍କୁ ଯୋଗାଇ ଦେବାକୁ ସେମାନେ ପିଲାଙ୍କ ଇଚ୍ଛାକୁ ପୁରଣ




