ସର୍ପାଘାତରେ ଯୁବକ ମୃତ।

👇समाचार सुनने के लिए यहां क्लिक करें

ସର୍ପାଘାତରେ ଯୁବକ ମୃତ।
ନୀଳଗିରି -୯/୬(ସିଧାସମ୍ବାଦ);
ରାତିରେ ଶୋଇଥିବା ବେଳେ ଗୋଟିଏ ଅଜଣା ସାପ କାମୁଡିଦେବା ଫଳରେ ଯୁବକଙ୍କ ଜୀବନଯାଇଛି। ସୂଚନା ଅନୁଯାୟୀ ବରହମପୁର ଥାନା ଅନ୍ତର୍ଗତ ତେଲିପାଳ ପଞ୍ଚାୟତ ଅନ୍ତାଡାହି ଗ୍ରାମର ସୁକୁଲ ହାଁସଦାଙ୍କ ପୁଅ ବିଜୟ(୩୯) ରବିବାର ରାତିରେ ଖାଇପିଇ ଶୋଇଥିବା ବେଳେ ହଠାତ୍ କିଛି କାମୁଡିଥିବା ଅନୁଭବ କରି ଉଠିପଡ଼ି ବିଛଣାରେ ଏକ ସାପକୁ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ନିଜଘରକୁ ବୁଲିବାକୁ ଆସିଥିବା ଶଳାକୁ ଡାକ ପକାଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ଏକ ଟେମ୍ପୋ ଭଡ଼ାକରି ନୀଳଗିରି ଡ଼ାକ୍ତରଖାନା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଶବବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ଶବହସ୍ତାନ୍ତର ପରେ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ବିଜୟଙ୍କର ଦୁଇଝିଅ ଥିବାବେଳେ ଗରୀବଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें