ଅସରାୟ ବର୍ଷାରେ ଉବୁଟୁବୁ କଚେରୀ ବଜାର। ଦୋକାନରେ ପଶିଲା ବର୍ଷାଜଳ।

👇समाचार सुनने के लिए यहां क्लिक करें

ଅସରାୟ ବର୍ଷାରେ ଉବୁଟୁବୁ କଚେରୀ ବଜାର। ଦୋକାନରେ ପଶିଲା ବର୍ଷାଜଳ।
ନୀଳଗିରି -୯/୬(ସିଧାସମ୍ବାଦ);
ସୋମବାର ମଧ୍ୟାହ୍ନରେ ନୀଳଗିରି ସମେତ ଆଖପାଖ ଅଞ୍ଚଳରେ ପ୍ରବଳବର୍ଷା ହେବାଫଳରେ ସହରର କଚେରୀବଜାର ସମେତ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଦୋକାନ ଗୁଡିକରେ ପାଣି ପଶିଯାଇଥିଲା। ଉଭୟ ପୂର୍ତ୍ତବିଭାଗ ଏବଂ ବିଦ୍ୟୁତବିଭାଗର ସମନ୍ୱୟ ଅଭାବରୁ ମୁଖ୍ୟରାସ୍ତାରେ ଚାଲିଥିବା କାମପାଇଁ ଏହି ପାଣି ନିଷ୍କାସନ ହୋଇନପାରି ଦୋକାନଗୃହ ମଧ୍ୟରେ ପାଣି ପଶିଥିବା ଅଭିଯୋଗ ଉଠିଛି।ମୁଖ୍ୟତଃ ରାସ୍ତା ପାର୍ଶ୍ୱରୁ ବିଦ୍ୟୁତ୍ ଖୁଣ୍ଟ ଅପସାରଣ କରାନଯାଇ ରାସ୍ତାତାଡି କାମ କରାଯାଉଥିବାରୁ ପାଣି ନିଷ୍କାସନ ହୋଇପାରିନଥିବା ଜଣାପଡ଼ିଛି। ସର୍ବୋପରି ଠିକାଦାରଙ୍କ ଦାୟିତ୍ବହୀନତା ପାଇଁ ଦୋକାନୀମାନେ ଦୁଇଘଣ୍ଟା ଧରି ବାଲତିରେ ପାଣି ବାହୁଥିବା ଦେଖିବାକୁ ମିଳିଛି।

Sidha Sambad
Author: Sidha Sambad

Leave a Comment

और पढ़ें