କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ। ଏକ ବନ୍ଧୁକ ସହ ଦୁଇ ଧନୁତୀର ଜବତ।

👇समाचार सुनने के लिए यहां क्लिक करें

କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ। ଏକ ବନ୍ଧୁକ ସହ ଦୁଇ ଧନୁତୀର ଜବତ।
ନୀଳଗିରି -୧୮/୬(ସିଧାସମ୍ବାଦ);
କୂଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଥିଲା ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ପଶୁପକ୍ଷୀ ସୁରକ୍ଷିତ ନୁହନ୍ତି। ମଙ୍ଗଳବାର ଦିନ ଅଭୟାରଣ୍ୟ ମଧ୍ୟରେ ଏକ ହାତୀର ଗଳିତଶବ ବନବିଭାଗ ଠାବ କରିଥିଲା। ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କୁ ରୋକ୍ ଦେବାପାଇଁ କୁଳଡିହା ରେଞ୍ଜର ସୁବ୍ରତ ବେହେରା ଶିକାରୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବା ବେଳେ ବୁଧବାର ସକାଳେ ହୁଡ଼ିସାହି ଗ୍ରାମର ଦାଶରଥି ସିଂ(୪୨) ଙ୍କ ଘରେ ଚଢ଼ାଉ କରିଥିଲେ। ତା ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଧନୁତୀର ଏବଂ ଗୋଳାବାରୁଦ ଜବତ କରିବା ସହିତ ଦାଶରଥିକୁ ଗିରଫ କରିଥିଲେ। ତେବେ ହାତୀମୃତ୍ୟୁ ଘଟଣାରେ ଦାଶରଥି ସିଂଙ୍କର ସଂପୃକ୍ତିକୁ ନେଇ ବନବିଭାଗ ଖୋଳତାଡ଼ ଜାରିରଖିଛି।

Sidha Sambad
Author: Sidha Sambad

Leave a Comment

और पढ़ें