ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ I

👇समाचार सुनने के लिए यहां क्लिक करें

ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ କରିପାରିବେ l

– ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି ।
– ଶୁକ୍ରବାର ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଚିନ୍ତା ଘାରିଛି ।
– ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି
– ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ ।
– ଆକ୍ୱାଗାର୍ଡ ନ ଥିବା ସ୍କୁଲ ମାନଙ୍କରେ ପିଲାଙ୍କୁ ଫୁଟାପାଣି ପିଇବା ପାଇଁ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି ।
ହଇଜା ସତର୍କତା :-

– ୧. ବାସୀ କିମ୍ବା ବାହାର ଖାଦ୍ୟ ଖାଆନ୍ତୁ ନାହିଁ।
– ୨. ଦୂଷିତ ପାଣି ପିଅନ୍ତୁ ନାହିଁ।
– ୩. ପୋଖରୀ ପାଣି ବ୍ୟବହାର କରନ୍ତୁ ନାହିଁ।
– ୪. ପାଣି ଫୁଟାଇ କିମ୍ବା ଫିଲଟର୍‌ କରି ବ୍ୟବହାର କରନ୍ତୁ।
– ୫. ସାମୂହିକ ଭୋଜିର ଆୟୋଜନ କରନ୍ତୁ ନାହିଁ।
– ୬. ଘରେ ପ୍ରସ୍ତୁତ ହୋଇଥିବା ଗରମ ଖାଦ୍ୟ ଖାଆନ୍ତୁ।
– ୭. ରହୁଥିବା ସ୍ଥାନକୁ ପରିଷ୍କାର ରଖନ୍ତୁ।
– ୮. ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Sidha Sambad
Author: Sidha Sambad

Leave a Comment

और पढ़ें