ଓଡ଼ିଶା ଆସିବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର(ସିଧା ସମ୍ବାଦ) ୧୯/୦୬, ଜୁଲାଇ ଦ୍ଵିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ଓଡିଶା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ରାହୁଲଙ୍କ ସହ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଆସିବେ। ଜୁଲାଇ ୭ ପରେ ୮ , ୯ କିମ୍ବା ୧୦ ତାରିଖରେ ଓଡିଶା ଆସିପାରନ୍ତି ରାହୁଲ। କଂଗ୍ରେସ ର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ମହିଳା ଅତ୍ୟାଚାର ବିରୋଧରେ ଭୁବନେଶ୍ଵରରେ ଏକ ବଡ ସମାବେଶ ଆୟୋଜନ କରିବାକୁ ଯାଉଛି କଂଗ୍ରେସ। ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଯୋଗଦେବା ନେଇ ସୂଚନା ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें