ପରିବାରର ଅନୁପସ୍ଥିତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ | ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ

👇समाचार सुनने के लिए यहां क्लिक करें

ପରିବାରର ଅନୁପସ୍ଥିତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ | ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ ଅଭିଯୋଗ |

ନୀଳଗିରି,୧୯/୬(ସିଧାସମ୍ବାଦ);ଦୁଇ ଦିନ ଧରି ପରିବାରର ବର୍ଗ ଙ୍କ ଅନୁପସ୍ଥିତି ର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୁତ୍ତ | ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଡକାୟତି ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି | ଘଟଣା ରୁ ପ୍ରକାଶ ନୀଳଗିରି ଉପଖଣ୍ଡ ବରହମପୁର ଥାନା ପିଠାହତା ପଞ୍ଚାୟତ ଟାଙ୍ଗଣା ଗ୍ରାମର ବିଶ୍ୱନାଥ ବୁଗୁଡ଼ାଇ ଏବଂ ତାଙ୍କ ସପରିବାର ଗତ ଦୁଇ ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଶାଶୁଙ୍କ ଦେହାନ୍ତ ଖବର ପାଇ ଯାଇଥିଲେ | ଘରେ କେହି ନଥିବା ର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଥିଲେ | ଗତ କାଲି ସନ୍ଧ୍ୟାରେ ସପରିବାର ଘରେ ପହଞ୍ଚିବା ବେଳକୁ ସବୁ ସରିଯାଇଥିଲା | > ଯାଇଥିବା ବେଳେ ଘର କବାଟ ମଧ୍ୟ ଖୋଲା ପଡିଥିଲା | ଭିତରେ ଥିବା ଗଡ଼ରେଜ ଭଙ୍ଗା ଯାଇ ଦୁଇ ଝିଅଙ୍କ ବିବାହ ପାଇଁ କିଣିଥିବା ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଉଥିବା ଦେଖିବାକୁ ପାଇଥିଲେ | ଏନେଇ ଶ୍ରୀଯୁକ୍ତ ବୁଗୁଡ଼ାଇ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି ବାଲେଶ୍ୱର ସାଇଣ୍ଟିଫିକ ଟିମ ଏବଂ ସନ୍ଧନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଚ୍ଛାନଭିନ କରିଛି |

Sidha Sambad
Author: Sidha Sambad

Leave a Comment

और पढ़ें